ଭଞ୍ଜନଗର-କରୋନା ଭାଇରସ ସଚେତନତା କୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।କରୋନା ଭୁତାଣୁ ର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ବହୁ ଲୋକ ଏହାକୁ ଗ୍ରହଣ କରିନାହାଁନ୍ତି।ବହୁ ବ୍ୟବସାୟୀ ଅର୍ଥ ଲୋଭରେ ନିୟମ ଉଲଂଘନ କରି କଟକଣା ସତ୍ତ୍ୱେ ଦୋକାନ ବଜାର ଖୋଲି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି।ତେଣୁ ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବହୁ ସରକାରୀ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।ଶନିବାର ଠାରୁ ଭଞ୍ଜନଗର ରେ ୩ଟି ସ୍କ୍ୱାର୍ଡ ଚଢ଼ାଉ କାର୍ଯ୍ୟ କରିବା ପାଇଁ ସ୍ଥିର ହୋଇଛି।ସହରରେ ୨ଟି ସ୍କ୍ୱାର୍ଡ ଓ ଗ୍ରାମାଞ୍ଚଳରେ ୧ ସ୍କ୍ୱାର୍ଡ ସକାଳେ ଓ ସନ୍ଧ୍ୟାରେ ବିଭିନ୍ନ ସ୍ଥାନ ବୁଲି ଦୋକାନୀ ଙ୍କ ଉପରେ ନଜର ରଖିବ। ଯେଉଁମାନେ ବାରଣ ସତ୍ତ୍ୱେ ବ୍ୟବସାୟ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥିର ହୋଇଛି। ଜିନିଷ ପତ୍ର ଜବତ କରିବା ସହ ଜୋରିମାନା ର ବ୍ୟବସ୍ଥା ରହିଛି।ତେଣୁ ଏଭଳି ସ୍ଥିତିରେ ସମସ୍ତେ ମିଶି ସଚେତନ ହେବା ଜରୁରୀ ହୋଇପଡ଼ିଛି।
Related Stories
November 24, 2024
November 24, 2024