ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେଶନ୍ରେ ରେଳବାଇ ପୋଲିସ ପକ୍ଷରୁ ଟ୍ରେନ୍ ଯାତ୍ରୀ ଓ ସ୍ଥାନୀୟ ଜନସାଧାରଣ, ଅଟୋ ଡ୍ରାଇଭରମାନଙ୍କୁ କରୋନା ଭୁତାଣୁ ଠାରୁ କିପରି ଦୂରରେ ରହିବା ସେନେଇ ଶୁକ୍ରବାର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଷ୍ଟେଶନ୍ରେ ମାଇକ୍ ଯୋଗେ ଯାତ୍ରୀଙ୍କୁ ନିଜକୁ ଅନ୍ୟ ମାନଙ୍କୁ କରୋନା ଭୁତାଣୁ ସଂକ୍ରମଣରୁ ସୁରକ୍ଷିତ ରଖନ୍ତୁ, ହାତ ସଫା କରନ୍ତୁ, ଯାତ୍ରାବେଳେ ମୁହଁରେ ମାସ୍କ ଓ କପଡା ବାନ୍ଧି ରଖନ୍ତୁ, ୧ମିଟର ଦୂରରେ ବସନ୍ତୁ, ନିକଟରେ ଯେଉଁ ଯାତ୍ରୀଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥିବ ତାଙ୍କୁ ମେଡିକାଲ୍ ଯିବା ପାଇଁ ପରାମର୍ଶ ଦିଅନ୍ତୁ । ଆବଶ୍ୟକସ୍ଥଳେ ୧୮୨ ହେଲ୍ପ ଲାଇନ୍ ସହ ଯୋଗାଯୋଗ କରନ୍ତୁ ବୋଲି ରେଳବାଇ ପୋଲିସ ବିଭାଗ ପକ୍ଷରୁ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଏହାସହ ଷ୍ଟେଶନ୍ ବାହାରେ ଥିବା ଯାତ୍ରୀ ଓ ଅଟୋ ଡ୍ରାଇଭରମାନଙ୍କୁ ସଚେତନତା କରାଯାଇଥିଲା । ରେଳବାଇ ଇନ୍ସିପେକ୍ଟର ଦିଲ୍ଲୀପ କୁମାରଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।
Related Stories
November 24, 2024
November 24, 2024