ନୂଆଦିଲ୍ଲୀ- ନିଜ ଝିଅର ଚାରି ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଯିବା ପରେ ଦୀର୍ଘ ସମୟ ଧରି ନ୍ୟାୟ ଲାଗି ସଂଘର୍ଷ କରି ଆସୁଥିବା ନିର୍ଭୟାଙ୍କ ମା ଆଶା ଦେବୀ କହିଛନ୍ତି ଯେ, ଆମର ଝିଅ ଏହି ଦୁନିଆରେ ନାହିଁ ଏବଂ କେବେ ବି ଫେରିବ ନାହିଁ । ସେ ଚାଲିଯିବା ପରେ ଆମେ ଏହି ଲଢେଇ ଆରମ୍ଭ କରିଥିଲୁ, ଏହି ସଂଘର୍ଷ ତାରି ପାଇଁ ଥିଲା । ମାତ୍ର ଆମେ ନିଜର ଅନ୍ୟ ଝିଅଙ୍କ ଲାଗି ଏହି ଲଢେଇ ଜାରି ରଖିବୁ । ଆଶା ଦେବୀ ନିଜର ଝିଅର ଫଟୋ ଗଳାରେ ପକାଇ କହିଛନ୍ତି ଯେ, ଶେଷରେ ଝିଅ ତୋତେ ନ୍ୟାୟ ମିଳିଗଲା ।
ତିହାର ଜେଲର ମହା ନିର୍ଦ୍ଦେଶକ ସନ୍ଦିପ ଗୋଏଲ କହିଛନ୍ତି, ସମସ୍ତ ଚାରି ଦୋଷୀଙ୍କୁ ଠିକ୍ ୫ଟା ୩୦ରେ ଫାଶୀ ଦିଆଯାଇଛି । ଫାଶୀ ପରେ ଚାରି ଶବକୁ ଦିନଦୟାଲ ହସ୍ପିଟାଲକୁ ପୋଷ୍ଟମର୍ଟମ ଲାଗି ନିଆଯାଇଛି, ସେଠାରେ ଡାକ୍ତର ଚାରି ଜଣଙ୍କୁ ମୃତ ଘୋଷିତ କରିଛନ୍ତି । ଏବେ ଚାରି ଜଣଙ୍କ ମୃତ ଶରୀରକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯିବ ।