ମେରଠ– ସାତ ବର୍ଷ ପରେ ଶେଷରେ ମେରଠର ଘାତକ ପବନ ନିର୍ଭୟା ମାମଲାର ଚାରି ଦୋଷୀଙ୍କୁ ଫାଶୀରେ ଝୁଲାଇଛି । ଏଥିରେ ମେରଠରେ ପବନର ପଡୋଶୀ ଖୁସି ପ୍ରକାଶ କରିଛନ୍ତି । ସେମାନଙ୍କର କହିବା କଥା ଏଥିରେ ସମାଜରେ ଅପରାଧୀଙ୍କୁ କଠୋର ସନ୍ଦେଶ ଯିବ ।
ନିର୍ଭୟାର ଦୋଷୀଙ୍କୁ ଅନେକ ଥର ଫାଶୀର ତାରିଖ ସ୍ଥିର ହେବା ପରେ ଘାତକ ପବନଙ୍କୁ ଅନେକ ଥର ତିହାର ଜେଲରୁ ଡାକରା ଆସୁଥିଲା । ଏଥର ଚତୁର୍ଥ ଥର ମୃତ୍ୟୁ ପରଓ୍ଵାନ(ଡେଥ୍ ଓ୍ଵାରେଣ୍ଟ) ଦୋଷୀଙ୍କ ପାଇଁ ଶେଷ ସାବ୍ୟସ୍ତ ହୋଇଛି । ଦୋଷୀଙ୍କୁ ଫାଶୀ ଦେବା ଲାଗି ଘାତକ ପବନଙ୍କୁ ମାର୍ଚ୍ଚ ୧୭ରେ ତିହାର ଡକାଯାଇଥିଲା । ଏହା ପରଠୁ ଦେଶବାସୀଙ୍କ ନଜର ଏହି ଫାଶୀ ଉପରେ ଥିଲା । ଦେଶର ଇତିହାସରେ ପ୍ରଥମ ଥର ଚାରି ଜଣଙ୍କୁ ଏକ ସଙ୍ଗେ ଫାଶୀ ଦିଆଯାଇଛି ।
ଫାଶୀ ଦେବାକୁ ଉତ୍ସୁକ ଥିଲା ଘାତକ ପବନ
ମେରଠର କାଂଶୀରାମ ଆବାସୀୟ କଲୋନୀରେ ରହୁଥିବା ଘାତକ ପବନ ଓରଫ ସିନ୍ଧିରାମ ନିର୍ଭୟାର ଦୋଷୀଙ୍କୁ ଫାଶୀ ଦେବାକୁ ଉତ୍ସୁକ ଥିଲା ମାତ୍ର ଆଇନ ବ୍ୟବସ୍ଥାର ଜଟିଳତା କାରଣରୁ ତାଙ୍କୁ ବାରମ୍ବାର ତିହାର ଜେଲରୁ ଫେରି ବାକୁ ପଡୁଥିଲା । ଲକ୍ଷ୍ନୌର ଘାତକ ଇସମାଇଲ ଅସୁସ୍ଥ ଥିବା କାରଣରୁ ପବନଙ୍କୁ ଏହି ସୁଯୋଗ ମିଳିଥିଲା ।
ମେରଠବାସୀଙ୍କ ମଧ୍ୟରେ ଖୁସିର ଲହର
ନିର୍ଭୟା ଦୋଷୀଙ୍କୁ ଫାଶୀ ଖବର ମିଳିବା ମାତ୍ରେ ମେରଠର ଲୋକଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଛି। ଲୋକେ କହିଛନ୍ତି ଯେ, ଏମିତି କଠୋର ସଜାରେ ଅପରାଧୀଙ୍କ ମନରେ ଭୟତ୍ତଉତ୍ପନ ହେବ ଓ ସମାଜକୁ ସୁରକ୍ଷିତ ରଖିବାରେ ସଫଳତା ମିଳିବ । ଔଷଧ ବ୍ୟବସାୟୀ ରଜନୀଶ କୌଶଲ ରଜ୍ଜନଙ୍କ କହିବା କଥା ଚାରି ଦୋଷୀଙ୍କୁ ଫାଶୀ ହେବାରୁ ସମାଜରେ ଅପରାଧୀଙ୍କ ପ୍ରତି ଏକ କଠୋର ସନ୍ଦେଶ ଯିବ । ଏଥିରେ ଅପରାଧୀ କିଛି ଅପରାଧ କରିବାକୁ ଚିନ୍ତା କରିବେ । ସମାଜସେବୀ ନୀତିନଙ୍କ କହିବା କଥା ଏହି ଫାଶୀରେ ଭୁଲ୍ କାମ କରୁଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହେବ ।