-
ତ ବର୍ଷ ପର୍ଯ୍ୟନ୍ତ ହୋଲି ପାଳି ନଥିଲେ, ଆଜି ପରିଜନ ଗାଇଲେ ହୋଲିର ଗୀତ
ବଲିଆ– ନିର୍ଭୟାର ଦୋଷୀଙ୍କୁ ଫାଶୀ ହେବା ମାତ୍ରେ ପୈତୃକ ଗାଁରେ ଢୋଲ ଓ ବାଜାର ତାଳେ ତାଳେ ନିର୍ଭୟାର ଦାଦା ଓ କକା ନାଚି ଉଠିଛନ୍ତି । ତାଙ୍କର ପରିଜନ ହୋଲି ଗୀତ ମଧ୍ୟ ଗାଇଛନ୍ତି ।
୨୦୧୨ ଡିସେମ୍ବର ୧୬ ସେହି କାଳ ରାତ୍ରିରେ ନିର୍ଭୟାଙ୍କ ସହିତ ହୋଇଥିବା କୁକର୍ମ ପରଠୁ ଆଜି ପ୍ରଥମ ଥର ପରିଜନଙ୍କ ଚେହେରାରେ ହସର ଝଲକ ଦେଖିବାକୁ ମିଳିଛି । ଜୀବନ ଓ ମୃତ୍ୟୁ ସହ ୧୩ ଦିନ ସଂଘର୍ଷ କରିବା ପରେ ଡିସେମ୍ବର ୨୯ରେ ନିର୍ଭୟା ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହା ପରଠୁ ଅପରାଧୀ ଜୀବିତ ରହିବା ପୂରା ପରିବାରକୁ ବ୍ୟଥିତ କରୁଥିଲା । ସେହି ଦିନଠୁ ଘରେ କୌଣସି ପର୍ବପର୍ବାଣୀ ପାଳନ କରାଯାଇନଥିଲା । ଗତ ହୋଲି ମଧ୍ୟ ନିର୍ଭୟା ପରିଜନଙ୍କ ଲାଗି ରଙ୍ଗହୀନ ହୋଇଥିଲା ।
ନିର୍ଭୟା ଦୋଷୀଙ୍କ ଫାଶୀ ଆଇନର ଜାଲରେ ଫସି କ୍ରମାଗତ ଘୁଂଚି ଚାଲୁଥିଲା । ଏଥିରେ ପରିଜନଙ୍କ ଦୁଃଖ ଓ ଯନ୍ତ୍ରଣା ବଢି ଚାଲିଥିଲା । ଏହି କାରଣ ଯୋଗୁଁ ନିର୍ଭୟାଙ୍କ ପୈତୃକ ଗାଁରେ ହୋଲି ପାଳନ ନକରିବାକୁ ନିର୍ଣ୍ଣୟ ନେଇଥିଲେ ।
ନିର୍ଭୟାଙ୍କ କକା ସୁରେଶ ସିଂହ କହିଛନ୍ତି ଯେ, ଆମେ ଚଳିତ ବର୍ଷ ହୋଲି ଉତ୍ସବ ପାଳନ କରିନଥିଲୁ । ଆଜି ଆମେ ସବୁ ଖୁସି, ଏଥିପାଇଁ ହୋଲି ଗୀତ ଗାଇ ନିଜର ଖୁସି ବ୍ୟକ୍ତ କରୁଛୁ । ଘରର ସମସ୍ତ ପରିଜନ ଢୋଲ ଓ ବାଜା ବଜାଇ ଗୀତ ଗାଇ ନିର୍ଭୟାଙ୍କୁ ନ୍ୟାୟ ମିଳିଗଲା କହିଥିଲେ । ନିର୍ଭୟାଙ୍କ ଅଜା ଲାଲଜୀ ସିଂହ ବହୁତ ଖୁସି ନଜର ଆସିଥିଲେ । ସେ କହିଛନ୍ତି, ସାତ ବର୍ଷ ପର୍ଯ୍ୟନ୍ତ ଆମର ସମସ୍ତ ପର୍ବପର୍ବାଣୀ ଫିକା ରହିଥିଲା । ଏବେ ଆମ ଝିଅକୁ ନ୍ୟାୟ ମିଳିବାରୁ ଆମେ ଅତ୍ୟନ୍ତ ଖୁସି ଅଛୁ ।
ସେ କହିଛନ୍ତି, ନିର୍ଭୟାଙ୍କ ମା ଆଶା ଦେବୀ ମଧ୍ୟ ସଂକଳ୍ପ ନେଇଥିଲେ ଯେ ପର୍ଯ୍ୟନ୍ତ ଝିଅକୁ ନ୍ୟାୟ ନମିଳିଛି, ସେ ପର୍ଯ୍ୟନ୍ତ ନବରାତ୍ରୀ ପାଳନ କରିବି ନାହିଁ । ଏବେ ଆଗାମୀ ନବରାତ୍ରୀ ତା ପାଇଁ କିଛି ଖାସ୍ ହେବାକୁ ଯାଉଛି ।