ଭୁବନେଶ୍ୱର – କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟର ବିଭିନ୍ନ ସହରାଂଚଳରେ ସ୍ୱତନ୍ତ୍ର ୱାର୍ଡ ସ୍ତରୀୟ ବୈଠକ ଶନିବାର ଦିନ ସକାଳ ୧୦ଟାରେ ଅନୁଷ୍ଠିତ ହେବ । ରାଜ୍ୟର ପୌର ପ୍ରଶାସନର ନିର୍ଦେଶକ ତଥା ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସଂଗ୍ରାମଜିତ ନାୟକ ସମସ୍ତ ମ୍ୟୁନିସିପାଲ କର୍ପୋରେସନର କମିଶନର ଓ ସମସ୍ତ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ପତ୍ର ଲେଖି ଏହି ବୈଠକ ଆୟୋଜିତ କରିବାକୁ କହିଛନ୍ତି ।
ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ପ୍ରତ୍ୟେକ ୱାର୍ଡ ସ୍ତରରେ ୱାର୍ଡ ଅଫିସର ମାନେ ଏହି ବୈଠକ ଡାକିବେ ଓ କରୋନା ସମ୍ପର୍କରେ ସୂଚନା ଦେବେ । ବୈଠକରେ ପୂର୍ବତନ ପାର୍ଷଦ, କାଉନସିଲ, ବୁଦ୍ଧିଜୀବୀ ମାନଙ୍କୁ ଏହି ବୈଠକକୁ ଡାକିବେ ।