
ଭୁବନେଶ୍ୱର – ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କ୍ ରେ ଜମା ହେବା ବେଳେ ୮.୬୧ ପ୍ରତିଶତ ସୁଧ ଦେବାକୁ ବ୍ୟାଙ୍କ୍ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ୨.୧୧ ପ୍ରତିଶତ ସୁଧ ଦେଇଥିଲା । ଯାହା ଫଳରେ ମନ୍ଦିର ପ୍ରଶାସନ ସୁଧ ବାବଦକୁ ଟଙ୍କା ହରାଇଲା । ଯେଉଁମାନେ ଟଙ୍କା ରଖିଥିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରକାଶ କରିଛନ୍ତି ।