ଭୁବନେଶ୍ୱର – କରୋନା ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ଛାତ୍ରାବାସକୁ ବନ୍ଦ କରାଯିବ । ମାର୍ଚ୍ଚ ୨୫ ରୁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ହଷ୍ଟେଲ ଗୁଡିକୁ ବନ୍ଦ ରଖିବାକୁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ହଷ୍ଟେଲ ଗୁଡିକ ବନ୍ଦ ରହୁଥିବାରୁ ଅଗ୍ରୀମ୍ ୩ ମାସର ଷ୍ଟାଇପେଣ୍ଡ ନଗଦ ଆକାରରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ୧୪୩ କୋଟି ଟଙ୍କା ପ୍ରଦାନ କରାଯିବ ।