ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କିନ୍ନର ମହାସଂଘ(ସଖି) ଅନୁଷ୍ଠାନ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ସଚେତନତା କାର୍ଯ୍ୟକ୍ରମ ବ୍ରହ୍ମପୁର ରେଳ ଷ୍ଟେଶନ୍ ସମ୍ମୁଖରେ ଗୁରୁବାର ସକାଳେ ମହାସଂଘର ସଭାପତି କିନ୍ନର ସୁଇଟି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାନିଟାଇଜର ବ୍ୟବହାର କରିବା, ହାତ ପରିଷ୍କାର ରଖିବା, ଚିଙ୍କିବା ସମୟରେ ନାକକୁ ରୁମାଲ ଓ ଗାମୁଛାରେ ଘୋଡାଇ ରଖିବା, ସଦାସର୍ବଦା ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବା ଓ କରୋନା ଭୁତାଣୁ ଠାରୁ ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେବା ଆଦି ସଚେତନତାକୁ ନେଇ ଷ୍ଟେଶନ୍ରେ ସଚେତନତା ବାର୍ତ୍ତା ଦେଇଥିଲେ ଜିଲ୍ଲାର ସଖି ପରିବାର । ନିଜ ନିଜ ହାତକୁ ଧୋଇବା ସହ ମାଗଣାରେ ଲୋକଙ୍କୁ ମାସ୍କ ବଣ୍ଟନ କରିଥିଲେ । କିନ୍ନର ମାନଙ୍କ ଏଭଳି ସଚେତନତା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଆରତୀ, ବିନି, ଶାନ୍ତି, ବର୍ଷା, ଲଭିଲି, ପ୍ରୀତି, ପିଙ୍କି, ଛବି, ସୀମରନ, ପୂଜା, ଦୀପା, ପାୟଲ, ରୋଜିଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ କିନ୍ନର ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ରକ୍ରମରେ ସାମିଲ୍ ହୋଇଥିଲେ । ଷ୍ଟେଶନ୍ ପରେ ନୂଆ ବସ୍ଷ୍ଟାଣ୍ଡରେ ମଧ୍ୟ ଯାତ୍ରୀମାନଙ୍କୁ କରୋନା ଭୁତାଣୁ ଠାରୁ ଦୂରରେ ରହିବା ପାଇଁ ସଚେତନତା କରିବା ସହ ମାଗଣାରେ ମାସ୍କ ବଣ୍ଟନ କରାଯାଇଥିଲା ।