
ବ୍ରହ୍ମପୁର: ସାରା ବିଶ୍ୱକୁ କବଳିତ କରିଥିବା କରୋନାର ଭୟାବହତା ଓ ସଂକ୍ରମିତ ଜୀବାଣୁକୁ କିଭଳି ମୁକାବିଲା କରିହେବ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଗଞ୍ଜାମ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଜିଲ୍ଳାରେ କରୋନାକୁ ଭୟଭୀତ ନହୋଇ ଏହାର ପ୍ରତିକାର ବ୍ୟବସ୍ଥା କରିଛି । ଗୁରୁବାର ବ୍ରହ୍ମପୁରସ୍ଥିତ ମୁକ୍ତେଶ୍ୱର ମନ୍ଦିର ସମ୍ମୁଖରେ ଯାତାୟାତ କରୁଥିବା ଜନସାଦାରଣଙ୍କୁ କରୋନା ଭାଇରସ୍ ସମ୍ପର୍କରେ ବିଜେପି ପକ୍ଷରୁ ସଚେତନତା କରାଯିବା ସହ ମାଗଣାରେ ମାସ୍କ ବଣ୍ଟନ କରାଯାଇଥିଲା । ବ୍ରହ୍ମପୁର ସହରରେ ମାସ୍କର ଅଭାବକୁ ଦୃଷ୍ଟିରେ ରଖି ବିଜେପି ମହିଳା ମୋର୍ଚ୍ଚା ତରଫରୁ ମହିଳା ନେତ୍ରୀ ଏସ୍.ରାଣୀଙ୍କ ଦ୍ୱାରା ଗଠନ ହୋଇଥିବା ସିଲେଇ କେନ୍ଦ୍ରରେ ବହୁ ମହିଳାକର୍ମୀ ଉପସ୍ଥିତରହି ମାସ୍କ ତିଲେଇ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତିଭୂଷଣ ଜେନା ଏବଂ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତି ଯୋଗଦେଇ ଶୁଭାରମ୍ଭ କରି ଯାତାୟାତ କରୁଥିବା ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରିଥିଲେ । ଆତଙ୍କିତ ନହୋଇ କରୋନା ବିରୋଧରେ ଲଢ଼ିବା ସହ ସତର୍କ, ସଜଗା ରହି ସ୍ୱଚ୍ଛତା ଅବଲମ୍ବନ କରିବାକୁ ବିଜେପି ପକ୍ଷରୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏସ୍.ରାଣୀଙ୍କ ସମେତ ପ୍ରଭାସିନୀ ବେହେରା, କେ.ଉମାରାଣୀ, କେ.ସାବିତ୍ରୀ, ଏମ୍.ଭାଗ୍ୟମ୍, ଭାଲ୍ୟଲତା ସାହୁ, ସୁଜାତା ମହାରଣା ପ୍ରମୁଖ ମହିଳାଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତା ପ୍ରଭାତ କିରଣ ଷଢ଼ଙ୍ଗୀ, ସୁନୀଲ କୁମାର ସାହୁ, ସରୋଜ ସାବତ, ରବିନ୍ଦ୍ର ସାହୁ, ଏସ୍.ଶ୍ରୀନିବାସ, ଭି.ସତୀଶ, ବିନାୟକ ରଥ ପ୍ରମୁଖ ଉପସ୍ଥିତ ଥିଲେ ।