
ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନା ଶାଖା ତରଫରୁ ବିଦ୍ୟାଳୟ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ କରୋନା ଭୁତାଣୂ ସଂକ୍ରମଣ କୁ ରୋକିବା ପାଇଁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ପ୍ରଥମେ ହାତ ଧୋଇବାର ପଦ୍ଧତି ଓ କରୋନାର ଭୟାବହତା ଏବଂ ଏହାର ନିରାକରଣ ସମ୍ପର୍କରେ ବୁଝାଇ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପରେ ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଲୋକନାଥ ମହାନ୍ତି +୨ ପରୀକ୍ଷା କୁ ଆସୁଥିବା ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ହାତ ଧୋଇବାର ପ୍ରଣାଳୀ ଶିଖାଇଥିଲେ ନିଜେ କିପରି ସଚେତନ ହେଲେ କରୋନା ଭୁତାଣୂ ଆକ୍ରମଣ କରିପାରିବନି ସେ ବିଷୟରେ କହିଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ଶୁନିରକାନ୍ତ ମିଶ୍ର କହିଥିଲେ ଏହି ହାତଧୂଆ ପଦ୍ଧତିକୁ ପ୍ରତିଦିନ ଆମକୁ କରିବା ଓ ପରିଷ୍କାର ପରିଚ୍ଛନ୍ନତା ରହିଲେ ଓ ଜନ ଗହଳି ଠାରୁ ଦୂରରେ ରହିବା, ମୁହଁରେ ମାକ୍ସ ବ୍ୟବହାର କରିଲେ ଆମକୁ କୌଣସି ଭୁତାଣୁ ଆକ୍ରମଣ କରିପାରିବନି । ଡି.ଇ.ଓ ସରୋଜ କୁମାର ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସୀମାଞ୍ଚଳ ମହାନ୍ତି, ବନବାସୀ ପ୍ରଧାନ, ମମତା ଗନ୍ତାୟତ, ଧୋବା ପ୍ରଧାନ ଟୁନା ନାଇକ ସହଯୋଗ କରିଥିଲେ