ଭୁବନେଶ୍ୱର – କରୋନା ସଂକ୍ରମଣକୁ ରୋକିବା ପାଇଁ ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ କରାଯାଇଛି । ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ଧର୍ମୀୟ ଅନୁଷ୍ଠାନରେ ଦର୍ଶନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ବୋଲି କୋଭିଡ୍ – ୧୯ ମୁଖପାତ୍ର ସୁବ୍ରତୋ ବାଗଚୀ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଆସନ୍ତାକାଲି ଠାରୁ କୌଣସି ଶ୍ରଦ୍ଧାଳୁ କୌଣସି ମନ୍ଦିର, ମସଜିଦ, ଗୀର୍ଜାକୁ ଯାଇ ପାରିବେନାହିଁ । ତେବେ ଧର୍ମୀୟ ଅନୁଷ୍ଠାନ ଗୁଡିକରେ ସମସ୍ତ ନୀତିକାନ୍ତି ଚାଲୁ ରହିବ । ପୂଜାରୀ ମ୍ନଙ୍କ ଦ୍ୱାରା ନୀତିକାନ୍ତି ସମ୍ପନ୍ନ ହେବ । ମାତ୍ର କୌଣସି ଦର୍ଶନାର୍ଥୀ ପ୍ରବେଶ କରିପାରିବେ ନାହିଁ ।