ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ କରୋନା ସଂପର୍କିତ ସଚେତନତା ପାଇଁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି ।
ଉଲ୍ଲେଖନୀୟ ଯେ କରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ମୋଦୀ ସରକାର ୩୬ଟି ଦେଶରୁ ଆସିବାକୁ ଥିବା ଯାତ୍ରୀଙ୍କ ପ୍ରବେଶକୁ କଟକଣା ଜାରି କରି ଦେଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକ କରୋନା ପଜିଟିଭ ଦ୍ୱାରା ସଂକ୍ରମିତ ଅଛନ୍ତି ।
ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ) ଭଳି ଜି-୨୦ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବକୁ ଗ୍ରହଣ କରି କରୋନା ଭାଇରସ ମୁକାବିଲା ଲାଗି ପ୍ରସ୍ତୁତ ହୋଇଥିବା ରଣନୀତି ଉପରେ ବିଚାର କରିବା ଲାଗି ଭିଡିଓ ବାର୍ତ୍ତାରେ ସାମିଲ ହେବାକୁ ରାଜି ହୋଇଛି । ଜି-୨୦ରେ ବର୍ତ୍ତମାନ ଅଧ୍ୟକ୍ଷ ସାଉଦି ଆରବ ଅଟେ । ଏହି କାରଣରୁ ପ୍ରଧାନମନ୍ତ୍ରୀ ମଙ୍ଗଳବାର ସେଠାକାର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସହିତ ଫୋନରେ ଆଲୋଚନା କରି କରୋନା ସହିତ ଲଢ଼ିବାକୁ ନିଜ ନିଜ ଭିତରେ ଚର୍ଚ୍ଚା କରିବାକୁ ଅଧିକ ଜୋର ଦେଇଛନ୍ତି ।