ନୂଆଦିଲ୍ଲୀ– କରୋନା ଭୂତାଣୁ କାରଣରୁ କୁଆଲାଲମ୍ପୁର ବିମାନ ବନ୍ଦରରେ ଫସିଥିବା ୪୦୫ ଭାରତୀୟଙ୍କୁ କେନ୍ଦ୍ର ସରକାର ସୁରକ୍ଷିତ ଫେରାଇ ଆଣିଛନ୍ତି । ଏଥିରେ ଛାତ୍ର ମଧ୍ୟ ସାମିଲ । ସମସ୍ତ ଭାରତୀୟଙ୍କୁ ନେଇ ଏୟାର ଏସିଆର ଦୁଇଟି ବିମାନ ବୁଧବାର ସନ୍ଧ୍ୟାରେ ଦିଲ୍ଲୀ ଓ ବିଶାଖାପାଟଣା ପହଂଚିଛି ।
କୁଆଲାଲମ୍ପୁର ବିମାନ ବନ୍ଦରରେ ଫସିଥିବା ଭରତୀୟଙ୍କୁ ଆଣିବା ଲାଗି ଭାରତ ସରକାର ମଙ୍ଗଳବାର ଏୟାର ଏସିଆ ଦିଲ୍ଲୀ ଓ ବିଶାଖାପାଟଣାର ବିମାନକୁ ମଞ୍ଜୁରୀ ଦେଇଥିଲେ । କରୋନା ଭୂତାଣୁ କାରଣରୁ କୁଆଲାଲମ୍ପୁର ବିମାନ ବନ୍ଦରରେ ଫସିଥିବା ୪୦୫ ଭାରତୀୟଙ୍କୁ ଆଣିବା ଲାଗି କେନ୍ଦ୍ର ସରକାର ଏୟାର ଏସିଆର ଦୁଇଟି ବିମାନକୁ ପଠାଯାଇଥିଲା ଯାହା ବୁଧବାର ସନ୍ଧ୍ୟାରେ ୪୦୫ ଭାରତୀୟଙ୍କୁ ନେଇ ଦିଲ୍ଲୀ ଓ ବିଶାଖାପାଟଣା ପହଂଚିଛି ।
ସମସ୍ତ ଯାତ୍ରୀ ସୁରକ୍ଷିତ ପହଂଚିବା ନେଇ ହାଇ କମିଶନର ଟୁଇଟ୍ କରି କହିଛନ୍ତି ଯେ, ଫସିଥିବା ୪୦୫ ଭାରତୀୟଙ୍କୁ କୁଆଲାଲମ୍ପୁରରୁ ଦିଲ୍ଲୀ ଓ ବିଶାଖାପାଟଣା ଆଣିଥିବାରୁ ଏୟାର ଏସିଆକୁ ଧନ୍ୟବାଦ । ହାଇ କମିଶନରର ଅଧିକାରୀ ମଧ୍ୟ ପ୍ରଶଂସାର ପାତ୍ର ଯେଉଁମାନେ ଏହି ଭାରତୀୟଙ୍କୁ ଆଣିବା ଲାଗି କ୍ରମାଗତ ପ୍ରୟାସ ଜାରି ରଖିଥିଲେ ।
ଅନ୍ୟପଟେ, ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ଥିବା ଭାରତୀୟ ଉଚ୍ଚାୟୋଗ ବୁଧବାର କହିଛନ୍ତି ଏବେ ମଧ୍ୟ କିଛି ଭାରତୀୟ ବିମାନ ବନ୍ଦରରେ ଫସି ରହିଛନ୍ତି ଓ ସାମାଜିକ ଗଣ ମାଧ୍ୟମ ଜରିଆରେ ଭାରତ ସରକାରଙ୍କୁ ସାହାଯ୍ୟ ଲାଗି ନିବେଦନ କରିଛନ୍ତି ।