ଭୁବନେଶ୍ୱର – ଲୋକସେବା ଭବନକୁ କରୋନା ମୁକ୍ତ କରିବାପାଇଁ ଭିଜିଟର ପାସ୍ କୁ ବନ୍ଦ କରାଯାଇଛି । ଅତି ଆବଶ୍ୟକ ଥିଲେ ଅନୁମତି ନେଇ ଆସିପାରିବେ ବୋଲି ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଥଣ୍ଡା , କାଶ ହେଲେ କର୍ମଚାରୀମାନେ ଛୁଟି ନେଇପାରିବେ । ନତୁବା ୧୪ ଦିନ ପାଇଁ କ୍ୱାରେଂଟାଇନ୍ ଛୁଟିରେ ରହିପାରିବେ । ଏହାସହ ଲୋକସେବା ଭବନ ପରିସରକୁ ସ୍ୱଚ୍ଛ ରଖିବାକୁ କୁହାଯାଇଛି ।