ଭୁବନେଶ୍ୱର– କରୋନା ମେଡିକାଲ କଲେଜ ଓ ହସ୍ପିଟାଲ ମାନଙ୍କରେ ରୋଗୀଙ୍କ ଅନ୍ୟାବଶ୍ୟକ ଆଡମିଶନକୁ ମନା କରାଯାଇଯାଇଛି । ରୋଗୀ ବେଶୀ ଗୁରୁତର ନଥିଲେ ସେମାନଙ୍କୁ ହସ୍ପିଟାଲରେ ଆଡମିଶନ୍ ନକରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଅତି ଆବଶ୍ୟକ ଥିଲେ ହିଁ ଅପରେସନ୍ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡିକୁ ଚିଠି ଲେଖି ଜଣାଇଦିଆଯାଇଛି ।ଏହାସହ କୋଭିଡ୍ – ୧୯ ପାଇଁ ସ୍ୱତନ୍ତ୍ର କାଉଂଟର ଖୋଲିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ହସ୍ପିଟାଲ ମାନଙ୍କରେ ଅଯଥା ଭିଡ କମାଇବାକୁ ପରାମର୍ଶ ଦିଆଯାଇଛି ।
Related Stories
November 24, 2024
November 24, 2024