
ଭଞ୍ଜନଗର- ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଡୁମାକୁମ୍ପା ପଞ୍ଚାୟତ ହାତୀଗୁଡା ଗ୍ରାମର ଶତ୍ରୁଘନ ପୋଲେଇ ଙ୍କ ଝିଅ ଟିକି ପୋଲେଇ (୧୮) ଆଜି ଦିନ ୧୦ଟା ବେଳେ ବିଲରୁ ମୁଗ ଧରି ଘରକୁ ଫେରୁଥିବା ବେଳେ ହାଠାତ୍ ବଜ୍ରପାତ ଘଟିବାରୁ ଟିକି ତଳେ ପଡିଯାଇଥିଲେ।ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଟିକି କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ କୁ ଆଣିଥିଲେ।ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।