 
                ଭବାନୀପାଟଣା  – କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ମୁଣ୍ଡରେ ସିମେଂଟ ଖଣ୍ଡ ଖସି ପଡିଛି  । ଫଳରେ ସେ ଗୁରୁତର ହୋଇପଡିଛନ୍ତି  । ସମ୍ପ୍ରତି ସେ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି  । ତାଙ୍କ ନାଁ ନିଳାଦ୍ରୀ ସୁନା  । ଘର ଆମ୍ବ ଗାଁରେ  । ପ୍ରାପ୍ତ ସୂଚନା ମୁତାବକ, ନିଳାଦ୍ରୀଙ୍କ ପୁଅ ଦେହ ଅସୁସ୍ଥ ଥିଲା  । ସେଥିପାଇଁ ସେ ଆଜି ଡାକ୍ତର ଦେଖାଇବା ପାଇଁ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ  । ଡାକ୍ତରଖାନା ଭିତରେ ଡାକ୍ତରଙ୍କୁ ଅପେକ୍ଷା କରିଥିବା ବେଳେ ଛାତରୁ ଏକ ସିମେଂଟ ଖଣ୍ଡ ଖସି ତାଙ୍କ ତାଙ୍କ ମୁଣ୍ଡ ଉପରେ ପଡିଥିଲା  । ପ୍ରବଳ ରକ୍ତସ୍ରାବ ଯୋଗୁଁ ମହିଳା ଜଣକ ଗୁରୁତର ହୋଇପଡିଥିଲେ  । ଡାକ୍ତର ମାନେ ତୁରନ୍ତ ତାଙ୍କର ଚିକିତ୍ସା କରିଥିଲେ  । ନିଳାଦ୍ରୀଙ୍କ ମୁଣ୍ଡରେ ତିନୋଟି ଷ୍ଟିଚ୍ ପଡିଥିଲା  ।
ଅନ୍ୟପକ୍ଷରେ ଏପରି ଅଘଟଣ ପାଇଁ ଜନସାଧାରଣ ପ୍ରଶାସନର ଅପାରଗତାକୁ ଦାୟୀ କରିଛନ୍ତି  । ମେଡିକାଲ ଛାତର ରକ୍ଷଣା ବେକ୍ଷଣା ଓ ବିପଦସଙ୍କୁଳ ଅବସ୍ଥାରେ ଥିବା ସ୍ଥାନର ମରାମତି ହେଉନଥିବାରୁ ଆଜି ଏଭଳି ସ୍ଥିତି ଉପୁଜି ଥିବା ସେମାନେ ଅଭିଯୋଗ କରିଛନ୍ତି  ।
                            
                        
	                    
 
                    







