
ବ୍ରହ୍ମପୁର : କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ମହାମାରି ସୃଷ୍ଟି ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପେଣ୍ଠସାହିରେ ଥିବା ସତ୍ୟସାଇ ସେବା ସମିତି ପକ୍ଷରୁ ଅଞ୍ଚଳରେ କରୋନା ଭୂତାଣୁକୁ ରୋକିବା ପାଇଁ ‘ରୁଦ୍ରଅର୍ପିତମ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସମିତିର ରୁଦ୍ର ଗାୟିକାମାନେ ସତ୍ୟସାଇଙ୍କ ବେଦ ଉଚାରଣ ଦୀର୍ଘ ୪ ଘଣ୍ଟା ଧରି କରିଥିଲେ । ମନ୍ଦିର ପରିଚାଳନା କମିଟିର ଆବାହକଙ୍କ ସମେତ ଅନ୍ୟ ସକ୍ରିୟ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଞ୍ଚଳରେ କିଭଳି ଏହି ମହାମାରୀ କରୋନା ନବ୍ୟାପେ ସତ୍ୟସାଇଙ୍କୁ ପୂଜାର୍ଚ୍ଚନା କରିଥିଲେ ।