ଏହିଭଳି ଏକ ଦୁଃଖଦ ଘଟଣା ଆମର ହସ୍ତଗତ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଦ୍ଭବସଳବଦ୍ଭସକ୍ଟ୍ରବକ୍ଷକ୍ଷସ ଗ୍ରାମର ଅରକ୍ଷିତ ସ୍ୱାଇଁଙ୍କ ପୁଅ ମୁରଲୀ ସ୍ୱାଇଁ ଗତ ୧ ବର୍ଷ ତଳେ କେରଳ ର କୁନ୍ଦ କାଲାମ ଥାନା ଅନ୍ତର୍ଗତ କଦମ କାଲାମ ର ଏକ କମ୍ପାନୀ ରେ କାମ କରିବା ପାଇଁ ଯାଇଥିଲା । ତେବେ ଗତ ୮ଦିନ ଧରି କାଶ , ନାକ ରୁ ପାଣି ବାହାରିବା ଓ ଜର ରେ ଆକ୍ରାନ୍ତ ହେବା ପରେ କମ୍ପାନୀ କତୃପକ୍ଷ ତାଙ୍କୁ ଚିକିସ୍ଛା ପାଇଁ କୌଣସି ଏକ ହସ୍ପିଟାଲ ରେ ଭର୍ତି କରିଥିଲେ । ତେବେ ଚିକିତ୍ସଛିତ ଅବସ୍ଥାରେ ଡାକ୍ତରଖାନା ରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି । ତାଙ୍କର ଏକ ମାତ୍ର ଝିଅ ବାହା ହୋଇଯାଇଥିବାବେଳେ ଦ୍ୱିତୀୟ ସ୍ତ୍ରୀ ତାର ନିଜ ବାପା ଘର ବି. ଏନ. ପୁର ରେ ରହିଆସୁଛି । ଏ ନେଇ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମାଗି ସ୍ୱାଇଁ ଖଲ୍ଲିକୋଟ ଈଊକ୍ଟ ଙ୍କୁ ଜଣାଇବେ ବୋଲି ସୂଚନା ଦେଇଛନ୍ତି । ତେବେ ମୃତ ମୁରଲୀ ମକ୍ଟକ୍ସକ୍ଟଦ୍ଭବ ଆକ୍ରାନ୍ତରେ ମୃତ୍ୟବରଣ କରିଥିବା ସନ୍ଦେହ କରାଯାଉଥିବାରୁ ତାଙ୍କ ଶବ ଗ୍ରାମକୁ ଆଣିବା ନେଇ ଗ୍ରାମରେ ଭୟ ଓ ଆତଙ୍କ ଖେଳି ଯାଇଛି । ସେହିପରି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଣିଆ ଗ୍ରାମର ବିଜୟ ଗୌଡ଼ଙ୍କ ପୁଅ ପ୍ରତାପ ଗୌଡ଼ ଗତ ୧ ବର୍ଷ ୧୦ମାସ ତଳେ ଶ୍ରମିକ ଭାବେ ମାଲେସିଆ ଯାଇଥିଲା ।
ତେବେ ଗତ କାଲି ସେଠାରେ ଥିବା ତାଙ୍କର ଜଣେ ସହଯୋଗୀ ଶ୍ରମିକ ଚିକିଟି ଅଂଚଳ ର ଘରକୁ ଫୋନ କରି ତାଙ୍କ ସହ ଧର୍ମିଣୀ ଗୀତା ଗୌଡ଼ ଙ୍କୁ ପ୍ରତାପ ନ୍କ ମୃତ ଖବର ଜଣାଇବା ପରେ ବିଧବା ପତ୍ନୀ ଗୀତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ତେବେ ମୃତ ପ୍ରତାପଙ୍କ ପୁଅ ବାନାମ୍ବର ଗୌଡ଼ ଓ ଝିଅ ମାମୁନି ଓ କାମିନୀ ମୃତ ପିତାଙ୍କ ର ଫେରନ୍ତା ବାଟକୁ ଅଶ୍ରୁ ସଜ୍ଜଳ ନୟନ ରେ ଅପେକ୍ଷା କରି ରହିଛନ୍ତି । ତେବେ ଗ୍ରାମ୍ୟ ଶ୍ରମ ନିରୀକ୍ଷକ ବି.ହୃଷିକେଶ ରାଓ ଶବକୁ ଭୁବନେଶ୍ୱର ଆଣି ପରିବାରଙ୍କୁ ହସ୍ତାନ୍ତର କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ଜ୍ଝ ତେବେ ଖଲ୍ଲିକୋଟ ବ୍ଲକ ରେ ମୃତ ଶ୍ରମିକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ ପାଖାପାଖି ୧୨ ପହଁଚିଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କେବେ ଚେତିବ ତାହା ଦେଖିବାକୁ ବାକି ରହିଲା ମୃତ ଦାଦନ ଶ୍ରମିକଙ୍କ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ।