ବ୍ରହ୍ମପୁର: କୁକୁଡାଖଣ୍ଡି ବ୍ଲକ୍ ତଥା ସଦର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଜୈନିକ ବିଧବା ମହିଳାଙ୍କ ଘରେ ଜୋର ଜବରଦସ୍ତ ପଶି ଅଶ୍ଳିଳ ଇଙ୍ଗୀତ କରିବା ସହ ହତ୍ୟା ଧମକ ଦେବା ମାମଲାରେ ଗ୍ରାମର ବୁଲୁ ଦାସ, ଗଣେଶ ଦାସଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଥିବା ସଦର ଥାନା ଏଏସ୍ଆଇ ତଥା ତଦନ୍ତକାରୀ ଅଧିକାରୀ ବିନିତ କୁମାର ଶତପଥୀ ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ ୧୫ତାରିଖ ଦିନ ସନ୍ଧ୍ୟା ୭ଟା ସମୟରେ ଘରେ କେହି ନଥିବାର ସୁଯୋଗନେଇ ଗ୍ରାମର ୨ଜଣ ଯୁବକ ବିଧବା ମହିଳା ତବି ଦାସଙ୍କ ଘର ଭିତରେ ଜୋର ଜବରଦସ୍ତ ପ୍ରବେଶକରି ଲୁଗାପଟା ଟାଣି ଅଶ୍ଳିଳ ଇଙ୍ଗିତ କରିବା ସହ ହତ୍ୟା ଧମକ ଦେଇଥିଲେ । ଏନେଇ ତବି ଦାସଙ୍କ ଏତଲାକ୍ରମେ ପୋଲିସ କେଶ୍ ନମ୍ବର ୮୨/୨୦, ଧାରା ୩୪୧/୩୨୩/୩୫୪(ବି)/୨୯୪/୩୪ରେ ମାମଲା ରୁଜୁକରି ପୀଡିତା ମହିଳା ତବି ଦାସଙ୍କୁ ଘରୁ ଉଦ୍ଧାରକରି କୋର୍ଟରେ ହାଜର କରାଯାଇଥିଲା । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ୧୬୪ ଧାରା ପ୍ରକାରେ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି । ଏସ୍ଡିଜେଏମ୍ ସରୋଜିନୀ ସାହୁ ୨ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଜଣାପଡିଛି ।