ବ୍ରହ୍ମପୁର: ବ୍ରହ୍ମପୁର ସହରରେ କରୋନା ଭାଇରସ୍ ସମ୍ପର୍କରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ୨ଜଣ ଗିରଫ ହୋଇଥିବା ଜଣାପଡିଛି । ଗିରଫ ବ୍ୟକ୍ତି ୨ଜଣ ହେଲେ ବଡବଜାର ଥାନା ଅନ୍ତର୍ଗତ ଜଉରା ସାହିର ସୁବାଶ ଚନ୍ଦ୍ର ସାହୁ ଓ ସୁଦାକର ସାହୁ । କରୋନା ସଂକ୍ରମଣ ସମ୍ପର୍କିତ ମିଥ୍ୟା ଖବର ପ୍ରଚାର ନକରିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲେ ମଧ୍ୟ ଲୋକମାନେ ଏପରି ଗୁଜବ କରିବାକୁ ପଛାଉ ନାହାଁନ୍ତି । ଏହି ୨ଜଣଙ୍କ ବଡ ବଜାର ଅଞ୍ଚଳରେ ଚୁଡି ଦୋକାନ ଥିବାବେଳେ ସ୍ଥାନୀୟ ଲୋକଙ୍କୁ କରୋନା ସମ୍ପର୍କରେ ମିଥ୍ୟା ଖବର ପ୍ରଚାରକରି ବ୍ୟବସାୟୀଙ୍କ ମନରେ ଅଶାନ୍ତ ବାତାବରଣ ସୃଷ୍ଟି କରିଥିଲେ । ଜିଲ୍ଲା ପ୍ରଶାସନ ପାଖରେ ଖବର ପହଞ୍ôଚବାପରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତାତ୍ରୟ ଭାଉସାହେବ ବଡବଜାର ଥାନାକୁ ଗୁଜବ କରୁଥିବା ୨ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ୨ଜଣଙ୍କୁ ଗିରଫକରି ଉଭୟଙ୍କ ନାମରେ ୧୧୩ ସିଆର୍ପି ଓ ଧାରା ୧୦୭ରେ ମାମଲା ରୁଜୁକରି ଗିରଫ କରାଯାଇଥିବା ଜଣାପଡିଛି ।
Related Stories
November 24, 2024
November 24, 2024