ଭୁୁବନେଶ୍ୱର। ପଶ୍ଚିମ ବଙ୍ଗର ଦାର୍ଜିଲିଂ ଠାରେ ଘଟିଥିବା ଦୁର୍ଘଟଣାରେ ଓଡିଶାର ଲୋକ ମାନଙ୍କର ମୃତାହତ ହେବା ନେଇ ଘଟଣା ଉପରେ ଦୁଃଖ ବ୍ୟକ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ କରି କହିଛନ୍ତି ଯେ ପଶ୍ଚିମବଙ୍ଗର ଦାର୍ଜିଲିଂ ଠାରେ ଅଭାବନୀୟ ସଡକ ଦୁର୍ଘଟଣାରେ ଓଡିଶାର ସାଲେପୁର ଅଂଚଳର ଲୋକ ମାନଙ୍କର ମୃତାହତ ହେବା ଖବର ଗଣମାଧ୍ୟମରୁ ଜାଣି ସେ ଦୁଃଖିତ । ସେ ଅମର ଆତ୍ମାର ସଦଗତି କାମନା କରିବା ସହ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସ୍ଥାନୀୟ ପ୍ରଶାସନ ଆହତ ମାନଙ୍କର ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।