ଭୁବନେଶ୍ୱର – କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ନିଆ ଯାଉଥିବା ପଦକ୍ଷେପ ମଧ୍ୟରେ ବିଦେଶରୁ ଆସୁଥିବା ଲୋକ ମାନଙ୍କୁ ୨୪ ଘଂଟା ମଧ୍ୟରେ ସରକାରଙ୍କ ନିକଟରେ ପଂଜୀକରଣ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିିଡିଆରେ ଶ୍ରୀ ପଟ୍ଟନାୟକ ଏକ ଭିଡିଓ ଜାରୀ କରି ଏହି ଅପିଲ କରିଛନ୍ତି ।
ସେ କହିଛନ୍ତି ଯେ କରୋନାକୁ ରୋକିବା ପାଇଁ ବିଦେଶରୁ ଆସୁଥିବା ଲୋକ ମାନଙ୍କୁ ଏଠାରେ ପହଂଚିବାର ୨୪ ଘଂଟା ମଧ୍ୟରେ ଟୋଲ ଫ୍ରି ନମ୍ବର ୧୦୪ରେ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ କରା ଯାଇିଥିବା ବେବସାଇଟରେ ପଂଜୀକରଣ କରନ୍ତୁ । ଏହା ଦ୍ୱାରା କରୋନାକୁ ରୋକା ଯାଇ ପାରିବ । ନିଜେ ଜଣାଇବା ଦ୍ୱାରା ଏହି ଭାଇରସକୁ ଟ୍ରାକ କରା ଯାଇ ପାରିବା ସହ ଏହାକୁ ରୋକିବାରେ ସହାୟତା ମିଳିବ ବୋଲି ସେ କହିଛନ୍ତି ।