ଭୁୁବନେଶ୍ୱର/ଅନୁଗୁଳ– କରୋନା ସମ୍ପର୍କରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ପୋଲିସ ଅନୁଗୁଳ ଜିଲ୍ଲାରେ ଜଣେ ଯୁବକକୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ଯୁବକ ଜଣଙ୍କ ତାଙ୍କ ଫେସବୁକରେ ଜିଲ୍ଲାର ବଅଁରପାଳ ଅଂଚଳର ଜଣେ ଯୁବକଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ପୋଷ୍ଟ କରିଥିଲେ । ଏହା ଫଳରେ ସ୍ଥାନୀୟ ଅଂଚଳରେ ଲୋକ ମାନଙ୍କ ଭୟ ସୃଷ୍ଟି ହୋଇଥିଲା । ଏହି ଘଟଣାର ପୋଲିସ ତଦନ୍ତ କରିବା ପରେ ଏହା ସତ୍ୟ ହୋଇ ନ ଥିବା ଜାଣିବାକୁ ପାଇଥିଲା । ଏହା ପରେ କୋଲିଆରି ପୋଲିସ ସଂପୃକ୍ତ ଯୁବକକୁ ଗୁଜବ ପ୍ରଚାର କରିବା ଅଭିଯୋଗରେ ଗିରଫ କରିଛି । ବିଭିନ୍ନ ଧାରାରେ ତା ବିରୁଦ୍ଧରେ ମାମଲା ରୁଜୁ କରା ଯାଇଛି । ଏହା ସହିତ ପୋଲିସ ପକ୍ଷରୁ କୌଣସି ପ୍ରକାର ଗୁଜବ ପ୍ରଚାରିତ ନ କରିବାକୁ କୁହା ଯାଇଛି ।