-
ଦିଗବିଜୟ ସିଂହ ବିଜେପି ଉପରେ ବିଧାୟକଙ୍କୁ ବନ୍ଦୀ କରିବାର ଆରୋପ ଲଗାଇ ଏହି ଘଟଣା ବିରୋଧରେ କରିବେ ଆମରଣ ଅନଶନ
ବେଙ୍ଗାଲୁରୁ– ମଧ୍ୟ ପ୍ରଦେଶରେ ଜାରି ରାଜନୈତିକ ଘଟଣା କ୍ରମ ମଧ୍ୟରେ ବୁଧବାର ସକାଳେ ହାଇ ଡ୍ରାମା ଦେଖିବାକୁ ମିଳିଛି । ଏହି ଘଟଣା ସେହି ସମୟରେ ଘଟିଛି ଯେବେ ବେଙ୍ଗାଲୁରୁ ସ୍ଥିତ ରାମଦା ରିସର୍ଟରେ ଥିବା ମଧ୍ୟ ପ୍ରଦେଶ କଂଗ୍ରେସ ପାର୍ଟିର ବିଦ୍ରୋହୀ ବିଧାୟକଙ୍କୁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଭେଟିବାକୁ ପହଂଚିଥିଲେ । ଘଟଣାରେ ପୋଲିସ ତାଙ୍କୁ କିଛି ସମୟ ଅଟକ ରଖିବା ପରେ ଛାଡି ଦେଇଛି । ଦିଗବିଜୟ ସିଂହ ବିଜେପି ଉପରେ କଂଗ୍ରେସ ବିଧାୟକଙ୍କୁ ବନ୍ଦୀ ରଖିଥିବାର ଆରୋପ ଲଗାଇ କହିଛନ୍ତି ଯେ, ସେ ଏହି ଘଟଣା ବିରୋଧରେ ଆମରଣ ଅନଶନ କରିବେ ।
ପୋଲିସ ଦିଗବିଜୟ ସିଂହଙ୍କୁ ପ୍ରଥମେ ସ୍ଥାନୀୟ ଥାନା ପରେ ପୋଲିସ୍ ଉପାୟୁକ୍ତ ଦପ୍ତରକୁ ନେଇଥିଲା । ଏହି ଘଟଣାକୁ ନେଇ ଦିଗବିଜୟ ସିଂହ ପୋଲିସ ଆୟୁକ୍ତଙ୍କ ସହ ଭେଟିଥିବା କହିଛନ୍ତି । ସେ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ ମନାଇବା ଲାଗି ବେଙ୍ଗାଲୁରୁ ପହଂଚିଥିଲେ ମାତ୍ର ପୋଲିସ ତାଙ୍କୁ ବିଧାୟକଙ୍କ ସହ ଭେଟିବାକୁ ଦେଇନଥିଲା । ଏଥିରେ କ୍ଷୁବ୍ଧ ହୋଇ ଦିଗବିଜୟ ସିଂହ ରିସର୍ଟ ବାହାରେ ଧାରଣାରେ ବସିଥିଲେ । ଏହା ପରେ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଥିଲା । ଦିଗବିଜୟ ସିଂହ ବିଜେପି ଉପରେ ଏହି ବିଧାୟକଙ୍କ ବନ୍ଦୀ କରି ରଖିଥିବା ଆରୋପ ଲଗାଇ ଆମରଣ ଅନଶନ କରିବେ ବୋଲି କହିଛନ୍ତି ।
ଦିଗବିଜୟ ସିଂହ କହିଛନ୍ତି, ପୋଲିସ ତାଙ୍କୁ ବିଧାୟକଙ୍କ ସହ ଭେଟିବାକୁ କଣ ପାଇଁ ଦେଲା ନାହିଁ । ମୋତେ ଅତି କମରେ ପାର୍ଟିର ବିଧାୟକଙ୍କୁ ଭେଟିବାକୁ ଅନୁମତି ଦିଆଯାଇ ପାରିଥାନ୍ତା । ସେମାନେ ଯାହାଙ୍କୁ ବି ଭୋଟ୍ ଦେବା କଥା ଦିଅନ୍ତୁ, ମାତ୍ର ମୋତେ ତ ବିଧାୟକଙ୍କ ସହ ଭେଟିବାକୁ ଦିଅନ୍ତୁ । ଦିଗବିଜୟ ସିଂହଙ୍କ କହିବା କଥା ତାଙ୍କୁ ଜଣା ନାହିଁ ପୋଲିସ ତାଙ୍କୁ କେଉଁଠିକି ନେଇ କି ଗଲା । ମୋତେ ଆମର ବିଧାୟକଙ୍କ ସହ ଭେଟିବାକୁ ଅନୁମତି ଦେବା ଉଚିତ୍ ଥିଲା । ମୁଁ ଆଇନର ପାଳନ କରୁଥିବା ଜଣେ ନାଗରିକ । ଆମେ ସରକାର ବି ବଂଚାଇବୁ ଏବଂ ଆମର ବିଧାୟକଙ୍କୁ ମଧ୍ୟ ନେଇକି ଯିବୁ ।
ସେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, ମୁଁ ମଧ୍ୟ ପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ । ମାର୍ଚ୍ଚ ୨୬ରେ ଏନେଇ ମତଦାନ ହେବାକୁ ଯାଉଛି । ପାର୍ଟିର ୨୨ ବିଧାୟକଙ୍କୁ ଏଠାରେ ବନ୍ଦୀ କରି ରଖାଯାଇଛି । ସେମାନେ ମୋ ସହ କଥା ହେବାକୁ ଚାହାନ୍ତି, କିନ୍ତୁ ସେମାନଙ୍କଠାରୁ ଫୋନ୍ ଛଡାଇ ନିଆଯାଇଛି । ମୁଁ ନିଜେ ୫ ଜଣ ବିଧାୟକଙ୍କ ସହ କଥା ହୋଇଛି । ସେମାନେ ମୋତେ କହିଛନ୍ତି ଯେ, ସେମାନଙ୍କୁ ବିଜେପି ବନ୍ଦୀ କରି ରଖିଛି । ପ୍ରତ୍ୟେକ କୋଠରୀ ସାମ୍ନାରେ ପୋଲିସ ରହିଛି । ବିଧାୟକଙ୍କ ଉପରେ ୨୪ ଘଂଟା ନଜର ରଖାଯାଇଛି । ବିଜେପି ଆସ୍ଥା ଭୋଟ୍ କଥା କହୁଛି, ମାତ୍ର ୨୨ ବିଧାୟକଙ୍କ ବିନା କେମିତି ଆସ୍ଥା ଭୋଟ୍ ହୋଇ ପାରିବ ?
କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର କହିଛନ୍ତି ଯେ, ଦିଗବିଜୟ ସିଂହ ଆମ ପାର୍ଟିର ବିଧାୟକଙ୍କୁ ଭେଟିବାକୁ ଆସିଥିଲେ । ବିଧାୟକଙ୍କ ମଧ୍ୟରୁ ଜଣେ ଟେଲିଫୋନ୍ ଜରିଆରେ ତାଙ୍କ ସହ ଯୋଗା ଯୋଗ କରିଥିଲେ ଏବଂ ବିଜେପି କବଳରୁ ମୁକ୍ତ କରିବା ଲାଗି ଅନୁରୋଧ କରିଥିଲେ । ସେମାନେ ଉଚ୍ଚ ଅଧିକାରୀଙ୍କୁ ଅନୁରୋଧ କରିବାକୁ ଚାହୁଁଛନ୍ତି, କାରଣ ଏହି ପୋଲିସକର୍ମୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରୁଛି । ଆମର ନିଜର ରଣନୀତି ରହିଛି ଏବଂ ଆମକୁ ଜଣା ଯେ, ସ୍ଥିତିକୁ କେମିତି ସମ୍ଭାଳା ଯାଏ ।