ଗଞ୍ଜାମ – ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଭେଜିପୁଟ ଫାଣ୍ଡି ଅନ୍ତର୍ଗତ ବାକୁଟ ଗ୍ରାମରେ ଆଜି ବିଦ୍ୟୁତ ଆଘାତରେ ମାଆ ପୁଅଙ୍କ ମୃତ୍ୟୁ ଘଟିଛି । ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଘରେ ଛିଡି ପଡିଥିବା ଏକ ବିଦ୍ୟୁତ ତାର ସଜାଡୁଥିବା ବେଳେ ପୁଅ ନାରାୟଣ ନାହାକ (୩୦) ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ମାଆ ସଜନୀ ନାହାକ (୫୫) ମଧ୍ୟ ପ୍ରାଣ ହରାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ଭେଜିପୁଟ ଫାଣ୍ଡି ପୋଲିସ ଏ ସଂକ୍ରାନ୍ତରେ ୨/୧୯ ଓ ୩/୧୯ ରେ ପୃଥକ୍ ପୃଥକ୍ ଭାବେ ଦୁଇଟି ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ନେଇ ଫାଣ୍ଡି ଅଧିକାରୀ କେ. ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।
Related Stories
October 25, 2024