ଭୁବନେଶ୍ୱର – କରୋନା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦେଶ ଦିଆ ଯାଇଥିବା ସତ୍ୱେ ଏହାକୁ ଅମାନ୍ୟ କରି କିଛି ଶିକ୍ଷାନୁଷ୍ଠାନ ଖୋଲା ରହୁ ଥିବା ଅଭିଯୋଗ ପରେ ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଚାରିଟି ସ୍କ୍ୱାର୍ଡ ଗଠନ କରିଛନ୍ତି । ଏହି ସ୍କ୍ୱାର୍ଡ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଜାଂଚ କରିବା ସହ ଖୋଲାଥିବା ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଓ ପ୍ରିନସିପାଲ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଛନ୍ତି । ଏହି ପତ୍ରରେ ସେ ଲେଖିଛନ୍ତି ଯେ ସରକାରୀ ନିର୍ଦେଶ ସତ୍ୱେ ଏହାକୁ ଅମାନ୍ୟ କରି କିଛି ଶିକ୍ଷାନୁଷ୍ଠାନ ଖୋଲା ରହିଥିବା ନେଇ ଅଭିଯୋଗ ହୋଇଛି । ତେଣୁ ଖୋଲା ରହୁଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଏହି ପତ୍ରରେ ଉଲ୍ଲେଖ କରା ଯାଇଛି ।