ଭୁବନେଶ୍ୱର – କୋଣାର୍କକୁ ଆଇକନିକ ହେରିଟେଜ ମାନ୍ୟତା ମିଳିଥିବାରୁ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ସେ କହିଛନ୍ତି ଯେ କରୋନା ପାଇଁ ସତର୍କତା ଓ ସଚେତନତା କ୍ଷେତ୍ରରେ ଓଡିଶା ଆଗୁଆ ରହିଛି । ବିଦେଶୀ ପର୍ଯ୍ୟଟକ ମାନଙ୍କ ଉପରେ ବିଭାଗ ପକ୍ଷରୁ ନଜର ରଖା ଯାଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ପଂଜୀକରଣ କରିବାକୁ ନିର୍ଦେଶ ଦିଆ ଯାଇଛି । ସେ କହିଛନ୍ତି ଯେ ହୋଟେଲରେ ରହୁଥିବା ବିଦେଶୀ ପର୍ଯ୍ୟଟକଙ୍କ ବାବଦରେ ତଥ୍ୟ ଦେବାକୁ କୁହା ଯାଇଛି ।