ଭୁବନେଶ୍ୱର– କରୋନା ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବ୍ୟାଙ୍କଗୁଡିକୁ ବୁଧବାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ଏ ନେଇ ବ୍ୟାଙ୍କଗୁଡିକୁ ଅର୍ଥ ବିଭାଗ ଚିଠି ଲେଖିଛି ।
ଏଟିଏମ ଗୁଡିକରେ ଯଥେଷ୍ଟ ପରିମାଣର ଟଙ୍କା ଗଛିତ ରଖିବାକୁ ବ୍ୟାଙ୍କ୍ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । କୋରନା ସଚେତନତା ପାଇଁ ପ୍ରତି ଏଟିଏମରେ ସତର୍କ ସୂଚନା ଫଳକ ପ୍ରଦର୍ଶିତ କରିବା , ଅଫିସ ସମୟରେ ବ୍ୟାଙ୍କ କର୍ମଚାରୀ ମାକ୍ସ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବ୍ୟାଙ୍କରେ ଭିଡ କମାଇବାକୁ ଅଧିକ ପରିମାଣରେ କାଂଉଟର ଖୋଲିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ଏଟିଏମ ଭିତରକୁ ଜଣକ ପରେ ଜଣକୁ ଛଡାଯିବ । ବ୍ୟାଙ୍କ ଗୁଡ଼ିକ ଟଏଲେଟ୍ ଓ ୱାସରୁମରେ ପର୍ଯ୍ୟାପ୍ତ ପରିମାଣର ସାନିଟାଇଜର ଓ ସାବୁନ୍ ମହଜୁଦ ରଖିବେ ।
ଏହା ବ୍ୟତୀତ ଆବଶ୍ୟକ ନଥିଲେ ଏଟିଏମ ବ୍ୟବହାର ନକରିବାକୁ ଗ୍ରାହକଙ୍କୁ ଏସଏମଏସ୍ ଜରିଆରେ ବ୍ୟାଙ୍କ ସତର୍କ କରାଇବ । ଏହି ସମୟରେ ମୋବାଇଲ ଓ ଅନଲାଇନ୍ ବ୍ୟାଙ୍କିଂ ସେବା ଅଧିକ ବ୍ୟବହାର ଉପରେ ଗୁରୁତ୍ୱ ଦେବା ସହ ଗ୍ରାହକଙ୍କ ସୁବିଧା ପାଇଁ ପ୍ରତି ବ୍ୟାଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସର୍ଗୀକୃତ ଟେଲିଫୋନ୍ ସେବା ଉବଲବ୍ଧ କରାଇବାକୁ କୁହାଯାଇଛି ।