କେନ୍ଦ୍ରାପଡ଼ା – ଜୁଭେନାଇଲ୍ ଜଷ୍ଟିସ୍ ବେର୍ଡ ସଦସ୍ୟ ଜାତୀୟ କର୍ମଶାଳା ପାଇଁ ମନେନୀତ ହୋଇଥିବା ଜଣାପଡିଛି । କେନ୍ଦ୍ରାପଡା ଜିଲ୍ଲା କିଶୋର ନ୍ୟାୟ ପରିଷଦର ସଦସ୍ୟ ରବିନ୍ଦ୍ର ପ୍ରତାପ ଜେନା ଜାତୀୟ ଆଇନ୍ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି । ଚଳିତ ମାସ ୧୨ ଓ ୧୩ ତାରିଖ ଦୁଇଦିନ ଧରି ଆସାମରେ ଗୈାହାଟୀଠାରେ ଯୈ÷ାନ ଅପରାଧ ଓ ଶିଶୁ ସୁରକ୍ଷା ଆଇନ୍ ୨୦୧୨ ସଂପର୍କର୍ରେ ଏକ ଜାତୀୟ ଆଇନ୍ ସଚେତନତା କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି । କେନ୍ଦ୍ରାପଡା ଜିଲ୍ଲା କିଶୋର ନ୍ୟାୟ ପରିଷଦର ସଦସ୍ୟଭାବେ ଶ୍ରୀ ଜେନା ଏଥିପାଇଁ ମନୋନୀତ ହୋଇଛନ୍ତି ।
Related Stories
November 21, 2024
November 21, 2024