ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ୪୦ଟି ୱାର୍ଡରେ କରୋନା ଭାଇରସ୍କୁ ନେଇ ସଚେତନତା କରାଇବା ଓ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଗତ ୨ଦିନତଳେ ନିଗମ ପ୍ରଶାସକ ତଥା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିଗମରେ କରୋନାର ନୋଡାଲ ଅଫିସ୍ର ଭାବେ ଡା. ରଞ୍ଜିତ ପାତ୍ରଙ୍କୁ ଦାୟୀତ୍ୱ ଦେଇଥିଲେ । ସୂଚନାଥାଉକି, ନିଗମରେ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ଥିବା ମାନସ ରଞ୍ଜନ ପଣ୍ଡା ଛୁଟିରେ ଥିବା କାରଣରୁ ଡାକ୍ତର ପାତ୍ରଙ୍କୁ ଏହି ଦାୟୀତ୍ୱ ଦିଆଯାଇଥିଲା । ତେବେ ମଙ୍ଗଳବାର ସ୍ୱାସ୍ଥ୍ୟ ଅଧିକାରୀ ଡା. ପଣ୍ଡା ନିଜ ଦାୟୀତ୍ୱରେ ଯୋଗ ଦେଇଥିବାରୁ ରଞ୍ଜିତ ପାତ୍ରଙ୍କ ବଦଳରେ ତାଙ୍କୁ କରୋନାର ନୋଡାଲ ଅଫିସ୍ର ଭାବେ ଦାୟୀତ୍ୱ ଦିଆଯାଇଥିବା ବିଏମ୍ସି ପକ୍ଷରୁ ଜଣାପଡିଛି ।
Related Stories
October 25, 2024