ବ୍ରହ୍ମପୁର : କରୋନା ଭାଇରସ୍ ଠାରୁ ଦୂରରେ ରହିବା ପାଇଁ ଜିଲ୍ଳା ପ୍ରଶାସନ ଜାରି କରିଥିବା ୧୪୪ଧାରାକୁ ସହରରେ କିପରି ସହରବାସୀ ପାଳନ କରୁଛନ୍ତି ତାହାର ଅନୁଧ୍ୟାନ ପାଇଁ ନିଗମ ପ୍ରଶାସକ ତଥା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ ହଠାତ୍ ସହରର ଅରବାନ ବ୍ୟାଙ୍କ ରୋଡ୍, ଅନ୍ନପୂର୍ଣ୍ଣା ବଜାର, ଗିରିଜା ଛକ ଆଦି ଅଞ୍ଚଳକୁ ବୁଲି ଦେଖିଥିଲେ । ଜିଲ୍ଲାପାଳଙ୍କ ସହ ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ, ଉପଜିଲ୍ଲାପାଳ ସିନ୍ଦେ ଦତାତ୍ରୟ ଭାଉସାହେବ, ଡେପୁଟି କମିଶନର ରୋମାଞ୍ଚକ ଖମାରୀ, ଇନ୍ଫର୍ସମେଣ୍ଟ ଅଫିସ୍ର ତରୁଣକାନ୍ତ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଡାକବାଜୀ ଯନ୍ତ୍ର ମାଧ୍ୟମରେ ରାଜ୍ୟ ସରକାର ଓ ପ୍ରଶାସନର ନିର୍ଦ୍ଦେଶନାମାକୁ ପାଳନକରି କରୋନା ଭାଇରସ୍ ଠାରୁ ଦୂରରେ ରହିବା ପାଇଁ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ କହିଥିଲେ । ସହରରେ କିରାଣୀ, ପରିବା, ଔଷଧ ଦୋକାନ ବ୍ୟତୀତ ଲୁଗା, ସୁନା, କପଡା, ମୋବାଇଲ୍ ଓ ଅନ୍ୟାନ୍ୟ ଦୋକାନଗୁଡିକୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ଦୋକାନ ମାଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସହରରେ ଥିବା ହୋଟେଲ୍ଗୁଡିକୁ ମଧ୍ୟ ଯତ୍ନବାନ ହୋଇ ନିଜେ ସଚେତନତା ରହି ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ କୁହାଯାଇଥିଲା ।
Related Stories
November 22, 2024