ବ୍ରହ୍ମପୁର: ଦୁବାଇରୁ ଫେରି ବ୍ରହ୍ମପୁରର ଏକ ଭଡାଘରେ ରହୁଥିବା ଦମ୍ପତିଙ୍କୁ ଖୋଜୁଛି ପୋଲିସ । ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ସେମାନଙ୍କୁ କହିଥିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା ନକରିବା କହି ଉଭୟ ସ୍ୱାମୀ ସ୍ତ୍ରୀ ଆନ୍ଧ୍ରପ୍ରଦେଶ ପଳାୟନ କରିଥିବା ଅନୁମାନ କରାଯାଉଛି । ସୂଚନା ପ୍ରକାରେ, ସ୍ଥାନୀୟ କମାପଲ୍ଲୀ ରାମନଗର ଦ୍ୱିତୀୟ ଲାଇନ୍ରେ ଜଣେ କିଛିଦିନ ହେବ ଦୁବାଇରୁ ଫେରି ଆସିଥିଲେ । ସେଠାରେ ଡ୍ରାଇଭର ଭାବେ କାମ କରୁଥିବା ବେଳେ ତାଙ୍କ ଘର ଆନ୍ଧ୍ରପ୍ରଦେଶର ସୋମପେଣ୍ଠା ଅଞ୍ଚଳରେ । ରାମନଗର ଦ୍ୱିତୀୟ ଲାଇନ୍ରେ ନିଜ ସ୍ତ୍ରୀ ସହ ଭଡାରେ ରହିଥିଲେ । ପରିବାର ସବୁ ବ୍ରହ୍ମପୁରରେ ରହୁଥିବା ବେଳେ ବ୍ୟକ୍ତିଜଣକ ଦୁବାଇରେ କାମକରି ଦୁବାଇରେ କରୋନା ଭାଇରସ୍ ବ୍ୟାପିବାପରେ ନିଜ ଘରକୁ ଫେରି ଆସିଥିଲେ । ତେବେ କରୋନାକୁ ନେଇ ଯେତେବେଳେ ସରକାରଙ୍କ ପକ୍ଷରୁ ସଚେତନତା ଜାରି କରାଯାଇଥିଲା ସେତେବେଳେ ଅଞ୍ଚଳବାସୀ ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ରୋକ୍ଠୋକ୍ ପରୀକ୍ଷା କରିବା ପାଇଁ ମନା କରିଥିଲେ । ସେପଟେ ସେହି ଅଞ୍ଚଳରେ ଆଶାକର୍ମୀ ଭାବେ କାର୍ଯ୍ୟରତ ଜୈନିକ ଆଶାକର୍ମୀ ତାଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କହିବାରୁ ସେ ବିରକ୍ତି ପ୍ରକାଶକରି ମନା କରିଥିଲେ । ସ୍ୱାସ୍ଥ୍ୟକର୍ମୀଜଣକ ଡାକ୍ତରଙ୍କୁ ଡାକି ସନ୍ଦିଗ୍ଧଙ୍କ ଘର ପାଖକୁ ଯିବାରୁ ସେ ସ୍ୱାସ୍ଥ୍ୟ ପରୀକ୍ଷା କରାଇନଥିଲେ । ମଙ୍ଗଳବାର ସକାଳୁ ସନ୍ଦିଗ୍ଧ ନିଜ ସ୍ତ୍ରୀଙ୍କୁ ନେଇ ସୋମପେଣ୍ଠାକୁ ପଳାଇଥିବା ଜଣାପଡିଛି । ଅଞ୍ଚଳବାସୀଙ୍କ ଠାରୁ ସୂଚନାପାଇ ବୈଦ୍ୟନାଥପୁର ଥାନା ପୋଲିସ ରାମନଗରରେ ପହଞ୍ôଚଥିଲେ ମଧ୍ୟ ସେମାନଙ୍କ ସନ୍ଦାନ ପାଇନାହିଁ ।
Related Stories
May 13, 2025