ପୁରୁଷୋତ୍ତମପୁର: ପୁରୁଷୋତ୍ତମପୁର ତାରାତାରିଣୀ ପୀଠକୁ ଚଳିତ ଓଡିଶା ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିଥାଇ ମଧ୍ୟ ମାଙ୍କ ପୀଠ ଏବେ ଝଲକୁଛି ମାତ୍ର କରୋନା ଭୁତାଣୁର ପ୍ରଭାବରୁ ଗଂଜାମ ଜିଲାପାଳ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ମାଙ୍କ ପୀଠରେ ଯାନୀ ଜାତ ନାଚ ଗୀତ ଏବଂ ଉକ୍ତ ସମ୍ବିଳନ ଏବଂ ମୁଣ୍ଡନ ଆଦି ଉପରେ ଅଙ୍କୁଶ ଲଗାଇଥିବା କାରଣରୁ ମାଙ୍କ ଦର୍ଶନ ପାଇଁ କେହି ଲୋକେ ଆସିନାହାନ୍ତି। ମନ୍ଦିର ପୂଜାଳି ଓ ବେପାରୀ ମାନଙ୍କ ସର୍ବନାଶ ହେଉଛି ସେମାନେ ମୁଣ୍ଡରେ ହାତ ଦେଇ ବସିଥିବାର ପରିଲିଖିତ ହେଉଛି। କରୋନା ଭୁତାଣୁକୁ ପ୍ରତିହିତ କରିବା ପାଇଁ ମାଙ୍କ ମନ୍ଦିର ଚାରି ପାଖେ ବେରିକଟ କରାଯାଇ ଭକ୍ତ ମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ଜିଲାପାଳ ନିଜେ ପହଞ୍ଚି ତଦାରଖ କରୁଥିବା ଦୃଶ୍ୟ ଦେଖା ଯାଉଛି। ସମସ୍ତ ୪ଚକିଆ ଗାଡି ଅଟୋକୁ ଯିବା ପାଇଁ ମଧ୍ୟ ଚଢାଯାଉନଥିଲା, ପୂର୍ବରୁ ପ୍ରଚାର ପ୍ରସାର ଯୋଗୁ କାଁ ଭାଁ ଗାଡି ଦେଖିବାକୁ ମିଳୁଥିଲା। ମନ୍ଦିର ପାଖରେ କେବେଳ ପୋଲିସ ବାହିନୀକୁ ଦେଖିବାକୁ ମିଳିଥିଲା କୌଣସି ଭକ୍ତକୁ ଦେଖିବାକୁ ମିଳିନଥିବା ଜଣାପଡିଛି। ସାମ୍ପ୍ରତିକ ପରିସ୍ଥିତିରେ ପ୍ରଶାସନର ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।