
ନୂଆଦିଲ୍ଲୀ– ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ତାଙ୍କର ପୁଣ୍ୟ ତିଥିରେ ସ୍ମରଣ କରିଛନ୍ତି ବିଜେପି ସଭାପତି ଜେପି ନଡ୍ଡା ।
ଶ୍ରୀ ନଡ୍ଡା ଟୁଇଟ କହି କହିଛନ୍ତି ଯେ ସ୍ୱର୍ଗୀୟ ପାରିକର ଜଣେ ମହାନ ନେତା ତଥା ଭାରତ ମାତାର ଯୋଗ୍ୟ ସନ୍ତାନ ଥିଲେ ଯିଏ ଦେଶର ଭଲ ପାଇଁ କାମ କରି ଆସୁଥିଲେ । ସରଳତାର ସହ ବଂଚିବା ଓ ଉଚ୍ଚାଭିଳାଷୀ ହେବାର ସହ ଅପ୍ରତିମ ଉଦାହରଣ ଥିଲେ । ତାଙ୍କର ଜୀବନ ଓ ବାର୍ତା ଆମକୁ ସବୁବେଳେ ପ୍ରେରଣା ଦେଉଥିବ ।