ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ଶତବାର୍ଷିକୀ ଉପଲକ୍ଷେ ଟ୍ୱିଟ କରି ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ଏହା ବାଦ ଆଜି ସଂଧ୍ୟାରେ ସେ ବାଂଲାଦେଶରେ ହେଉଥିବା ଜୟନ୍ତୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ଜଣାଯାଇଛି। ତେବେ ସେ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଜିବୁର ରହମାନଙ୍କ ୧୦୦ତମ ଜୟନ୍ତୀରେ ଅଂଶଗ୍ରହଣ କରିବେ ବୋଲି ଜଣା ପଡିଛି ।
ମିଳିଥବା ସୂଚନା ଅନୁସାରେ ବାଂଲାଦେଶରେ ରାଜଧାନୀ ଢାକାର ଜାତୀୟ ପ୍ୟାରେଡ ପଡ଼ିଆଠାରେ ଆୟୋଜିତ ହେଉଛି ଏହି ଉତ୍ସବ। ଏଥିରେ ବାଂଲାଦେଶ ଗଠନରେ ମୁଜିବୁର ରହମାନଙ୍କ ଅବଦାନ ସଂପର୍କରେ ମୋଦୀ ବାଂଲାଦେଶର ଜନସାଧାରଣଙ୍କୁ ଉଦବୋଧନ ଦେବେ । ଭିଡିଓ କନଫ୍ରେନ୍ସିଂ ଜରିଆରେ ସେ ଏହି ଉଦବୋଧନ ଦେବେ ।