ପୁଂଛ- ପାକିସ୍ତାନୀ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ପ୍ରାୟତଃ ପ୍ରତି ଦିନ ପୁଞ୍ଛ ଜିଲ୍ଲାର ନିୟନ୍ତ୍ରଣ ରେଖାରେ ଗୁଳିମାଡ କରୁଛି । ଭାରତୀୟ ଯବାନ ମଧ୍ୟ ପାକିସ୍ତାନର ଏହି ଦୁଃସାହାସର ମୁହଁତୋଡ ଜବାବ ମଧ୍ୟ ଦେଉଛନ୍ତି । ମଙ୍ଗଳବାର ସକାଳେ ପାକିସ୍ତାନ ପୁଣି ଥରେ ପୁଞ୍ଛ ଜିଲ୍ଲାର ମେଣ୍ଢର ଓ ମନକୋଟ୍ ସେକ୍ଟରରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି । ଭାରତୀୟ ଯବାନ ଏହାର ଦୃଢ ଜବାବ ଦେଇଛନ୍ତି । ଗୁଳି ବିନିମୟରେ କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ରହିଛି । ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି।
ଉଙ୍ଗଳବାର ସକାଳେ ପାକିସ୍ତାନ ସେନା ଜିଲ୍ଲାର ମନକୋଟ୍ ଓ ମେଣ୍ଢର ସେକ୍ଟର ସ୍ଥିତ ଭାରତୀୟ ସାମରିକ ଘାଟି ତଥା ଜନବହୁଳ ଇଲାକାକୁ ନିଶାଣ କରି ଗୁଳିମାଡ କରିବା ସହିତ ମୋର୍ଟାର ମାଡ ମଧ୍ୟ କରିଥିଲା । ଭାରତୀୟ ଯବାନ ମଧ୍ୟ ପାକିସ୍ତାନ ଗୁଳିମାଡର ମୁହଁତୋଡ ଜବାବ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ପାକିସ୍ତାନ ସେନା ଗତ କିଛି ଦିନରୁ କ୍ରମାଗତ ପୁଞ୍ଛ ଜିଲ୍ଲାର ଶାହପୁର, କସବା ଓ କିରନି, ସବଜିଆ, ମନକୋଟ ତଥା ମେଣ୍ଢର ସେକ୍ଟର ସ୍ଥିତ ଭାରତୀୟ ସୈନ୍ୟ ଶିବିର ଓ ଜନବହୁଳ ଅଂଚଳକୁ ନିଶାଣ କରୁଛନ୍ତି । ଏଥିରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ଉଠିଛନ୍ତି ।