-
ଆଗୁଆ ପିଡିଏସ ସାମଗ୍ରୀ ଯୋଗାଇ ଦେବା ସମ୍ପର୍କରେ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତି
ଭୁବନେଶ୍ୱର– ବଜାରରେ କିଛି ନିଅଂଟିଆ ନାହିଁ । ତେଣୁ ଲୋକ ମାନେ କୌଣସି ପ୍ରକାର ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ଶ୍ରୀ ସ୍ୱାଇଁ କହିଛନ୍ତି ଯେ ରାଜ୍ୟ ସରକାର କୌଣସି ପ୍ରକାରରେ ହୋର୍ଡିଂ କରିବାକୁ ଦେଉ ନାହାନ୍ତି । ବିଭାଗ ସମ୍ପୂର୍ଣ ଭାବେ ସଚେତନ ରହିଛି ତଥା ବିଭିନ୍ନ ବିଭାଗ ସହିତ ସମନ୍ୱୟ ରଖା ଯାଇଛି । ସେ ଲୋକ ମାନଙ୍କୁ ନିବେଦନ କରିଛନ୍ତି ଯେ ସେମାନେ କୌଣସି ପ୍ରକାର ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ଗୁଜବ ସୃଷ୍ଟିକାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଲୋକ ମାନେ ଏହି ପ୍ରସଙ୍ଗରେ ସଚେତନ ହେବାର ଆବଶ୍ୟକତା ରହିଛି । ସେ କହିଛନ୍ତି ଯେ ସରକାର ଯେଉଁ ଗାଇଡଲାଇନ ଦେଇଛନ୍ତି ତାକୁ ନେଇ କାମ କରିବାକୁ ସେ ନିବେଦନ କରିଛନ୍ତି ।
ସେ କହିଛନ୍ତି ଯେ ଅହେତୁକ ଭାବେ ମାସ୍କ ବ୍ୟବହାର କରିବାର କୌଣସି ଆବଶ୍ୟକତା ନାହିଁ । ପାଂଚ ଜଣରୁ ଅଧିକ ଭୀଡକୁ ଗଲେ ଏହାର ଆବଶ୍ୟକତା ପଡି ପରେ । ସାବୁନରେ ହାତ ଧୋଇବାକୁ ସେ କହିଛନ୍ତି ।
ସେ କହିଛନ୍ତି ଯେ ପିଡିଏସ ସାମଗ୍ରୀ ଆଗୁଆ ଯୋଗାଇ ଦିଆ ଯିବ । ପୂର୍ବରୁ ତିନି ମାସ ଯାଏ ଦେଇଥିଲୁ । ଏବେ ମଧ୍ୟ ଦେବୁ । ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତି ହୋଇ ଯିବ ବୋଲି ସେ କହିଛନ୍ତି