ଗଞ୍ଜାମ– ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ ହେବା ପରେ ବ୍ରହ୍ମପୁର ବଜାର ସାହି ଗଳି କନ୍ଦି ଗୁଡିକ ମଧ୍ୟ ଜନଶୂନ୍ୟ ହୋଇପଡିଛି । ଅତ୍ୟାବଶ୍ୟକ ପଡିଲେ କିମ୍ବା କୌଣସି ଜରୁରୀ କାମ ଥିଲେ ଲୋକେ ପଦାକୁ ବାହାରୁଛନ୍ତି । ନଚେତ୍ ଘରେ ରହିବାକୁ ଶ୍ରେୟସ୍କର ମନେ କରୁଛନ୍ତି । ଯାତ୍ରୀବାହି ବସ୍ ଗୁଡିକରେ ଯାତ୍ରୀଙ୍କ ସଂଖ୍ୟା ପୂର୍ବପେକ୍ଷା ଯଥେଷ୍ଟ ହ୍ରାସ ପାଇଛି । ତେବେ କରୋନା ମୁକାବିଲା ନେଇ ଜିଲ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ ଯୋଗୁଁ ଦୋକାନ ବଜାର ବନ୍ଦ ରହିବା ଫଳରେ କାଁ ଭାଁ ଯେଉଁଠି ଦୋକାନ ଖୋଲା ରହିଛି ଗ୍ରାହକ ସେଠାରେ ଭିଡ଼ ଜମାଉଛନ୍ତି । ତେଜରାତି ସାମଗ୍ରୀ, ଚାଉଳ ଅଟା, ଚୁଡ଼ା ତଥା ଆଳୁ ପିଆଜ, ପନିପରିବା ଆଦି ବଜାରରୁ ଆବଶ୍ୟକତା ଠାରୁ ଅଧିକ ପରିମାଣରେ କିଣି ନେଇ ଘରେ ଗଚ୍ଛିତ ରଖିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । କେତେକ ଅସାଧୁ ବ୍ୟବସାୟୀ ମଧ୍ୟ ଏହାର ଫାଇଦା ଉଠାଇ ଚାଲିଥିବା ଅଭିଯୋଗ ହେଉଛି ।
Related Stories
November 24, 2024
November 24, 2024