ନୂଆଦିଲ୍ଲୀ– ସୁପ୍ରିମକୋର୍ଟ ନୌସେନାରେ ମହିଳାଙ୍କ ସ୍ଥାୟୀ କମିଶନ ଦେବାକୁ ଆଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ନୌସେନାରେ ସ୍ଥାୟୀ କମିଶନ ଦେବାରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବରାବର ଅଧିକାର ଦିଆଯାଉ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେବେ ନୌସେନାରେ ମହିଳାଙ୍କ ପ୍ରବେଶ ଉପରେ ବୈଧାନିକ ରୋକ୍ ନାହିଁ ତେବେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଭେଦଭାବ କରାଯିବା ଉଚିତ୍ ନୁହଁ ।
ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସେହି ଦଲିଲକୁ ଖାରଜ କରିଛି, ଯେଉଁଥିରେ କୁହାଯାଇଥିଲା ଯେ, ମହିଳାଙ୍କ ଶାରୀରିକ କ୍ଷମତା ମୁତାବକ ସେମାନଙ୍କୁ ସ୍ଥାୟୀ କମିଶନ ଦିଆଯାଇ ପାରିବ ନାହିଁ । କୋର୍ଟ କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟକୁ ଖାରଜ କରି କହିଛନ୍ତି ଯେ, ମହିଳା ମଧ୍ୟ ସେତିକି କ୍ଷମତା ସହିତ ନୌସେନାରେ କାମ କରି ପାରିବେ ଯେତିକି ପୁରୁଷଙ୍କର ରହିଛି ।
କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟର ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । ଦିଲ୍ଲୀ ହାଇକୋର୍ଟ ନୌସେନାରେ ମହିଳାଙ୍କ ସ୍ଥାୟୀ କମିଶନ ହେତୁ ଆଦେଶ ଦେଇଥିଲେ । କେନ୍ଦ୍ର ସରକାର ଏହି ନିଷ୍ପତିକୁ ବିରୋଧ କରିଥିଲେ । ଏହା ପୂର୍ବରୁ କୋର୍ଟ ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ପଦରେ ନିଯୁକ୍ତ ଦେବାକୁ ଆଦେଶ ଦେଇଥିଲେ ।
କୋର୍ଟ କହିଥିଲେ ଯେ, ମହିଳାଙ୍କୁ ଯୁଦ୍ଧ ବଦଳରେ ପ୍ରତ୍ୟେକ କ୍ଷେତ୍ରରେ ସ୍ଥାୟୀ କମିଶନ ଦିଆଯାଉ । କୋର୍ଟ କହିଥିଲେ ଯେ, ଦିଲ୍ଲୀ ହାଇକୋର୍ଟର ଆଦେଶ ପରେ କେନ୍ଦ୍ରକୁ ସେନାରେ ମହିଳାଙ୍କ କମାଣ୍ଡିଙ୍ଗ ପଦରେ ସ୍ଥାୟୀ କମିଶନ ଦେବା ଆଦେଶ ଜାରି କରିବା ଉଚିତ୍ ।