ଗଞ୍ଜାମ– ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ତାରାତାରିଣୀ ପୀଠ ଚୈତ୍ର ଦ୍ୱିତୀୟ ମଙ୍ଗଳବାର ଯାତ୍ରା ଅବସରରେ ଲୋକାରଣ୍ୟ ହୋଇଉଠିବା ବଦଳରେ ଆଜି ଖାଁ ଖାଁ ଜନଶୂନ୍ୟ ହୋଇପଡିଛି । ଆଜି ଏଠାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା କଥା । ହେଲେ କରୋନା ମୁକାବିଲା ନେଇ ଜିଲ୍ଲା ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭକ୍ତ ମାନଙ୍କୁ ପୀଠକୁ ଆସିବାକୁ ଦିଆଯାଇନାହିଁ । ଭକ୍ତଙ୍କୁ ଏକାଠି ହେବାକୁ ଦିଆଯାଇନାହିଁ । ଫଳରେ ଯାତ୍ରା ଫିକା ପଡିଛି । ତେବେ ମାଙ୍କ ଦୈନନ୍ଦିନ ନୀତିକାନ୍ତି ସୁଚାରୂ ରୂପେ ସମ୍ପାଦନ ହୋଇଛି । ପୋଲିସ ସଜାଗ ରହି ଯାତ୍ରୀ ମାନଙ୍କୁ ମନ୍ଦିର ମଧ୍ୟକୁ ଯିବାକୁ ବାରଣ କରୁଛି । ରୋପ ୱେ ବନ୍ଦ ଓ ଯାତ୍ରୀ ବାହି ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି ।
Related Stories
November 24, 2024
November 24, 2024