ଭୁବନେଶ୍ୱର– କରୋନା ମୁକାବିଲା ପାଇଁ ରାଜ୍ୟର ସମସ୍ତ ବସ୍ ଷ୍ଟାଣ୍ଡ ଗୁଡିକୁ ସାନିଟାଇଜ୍ କରାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି ।
ମଙ୍ଗଳବାର ସାମ୍ବାଦିକମାନଙ୍କ ଏସମ୍ପର୍କିତ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ ପରିବହନ ବିଭାଗ ଏବଂ ବସ୍ ମାଲିକ ସଂଘ ମିଳିତ ଭାବେ ବସ୍ ର କର୍ମଚାରୀମାନଙ୍କୁ ମାସ୍କ ଯୋଗାଇଦେବେ ।
ଅନ୍ୟପକ୍ଷରେ ରାଜ୍ୟର ଆରଟିଓ ଅଫିସମାନଙ୍କରେ ଭିଡ କମାଇବା ପାଇଁ କୁହାଯାଇଛି । ୫୦ରୁ ଅଧିକ ଲୋକ ଯେଭଳି ଏକତ୍ରିତ ନହେବେ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।