-
ବିଦେଶଗସ୍ତରୁ ଫେରିଥିବା କର୍ମଚାରୀ ଅଫିସ୍ ନଯିବାକୁ ପରାମର୍ଶ
ଭୁବନେଶ୍ୱର – କରୋନା ସଂକ୍ରମଣ ସମ୍ପର୍କରେ ଭୁବନେଶ୍ୱର ଓ କଟକରେ ଥିବା ଆଇଟି ଫାର୍ମଗୁଡିକୁ କମିସନରେଟ୍ ପୋଲିସ୍ ନୋଟିସ ଜାରୀ କରିଛି । ଏଥିରେ ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ନ ଯିବାକୁ ପରାମର୍ଶ ଦିଆଯାଇଛି । ୧୪ ଦିନ ପାଇଁ ଘରେ ରହି କାମ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
ଉକ୍ତ ନୋଟିସ୍ ରେ କୁହାଯାଇଛି ଯେହ କାମ କରିନପାରିଲେ କମ୍ପାନି ନିୟମ ଅନୁସାରେ ଛୁଟିରେ ରହିବେ । କୌଣସି କର୍ମଚାରୀଙ୍କୁ ଥଣ୍ଡା କାଶ ହେଉଥିଲେ ଅଫିସ ନ ଯିବାକୁ ବି ସେ ପରାମର୍ଶ ଦେଇଛନ୍ତି । ଅତି ଆବଶ୍ୟକ ନ ହେଲେ କର୍ମଚାରୀଙ୍କୁ ବିଦେଶ ନ ଯିବାକୁ ପରାମର୍ଶ ଦିଆଯିବା ସହ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି ।
ସାମାଜିକ ଦାୟିତ୍ୱବୋଧ ଆମ ସମସ୍ତଙ୍କ ଉପରେ ନିର୍ଭର କରେ । ନିଜର ଓ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଏପରି କରିବା ଜରୁରୀ । ସତର୍କ ରହିଲେ ହିଁ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିପାରିବା ବୋଲି ସେ କହିଛନ୍ତି ।