ଭୁବନେଶ୍ୱର – କୋରନା ସଂକ୍ରମଣର ଆଶଙ୍କାକୁ ଦେଖି ଓ ଆହାର କେନ୍ଦ୍ରରେ ଭିଡ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏହେ ଆହାର କେନ୍ଦ୍ର ଗୁଡିକ ଦିନ ୧୦ଟାରୁ ୪ଟା ଯାଏ ଖୋଲା ରହିବ । ଏହା ବ୍ୟତୀତ ଖାଇବା ବେଳେ ଦେଢ ମିଟର ଦୂରତ୍ୱ ରଖିବା ସହ ଅନ୍ୟ କିଛି ନିର୍ଦେଶନାମା ଜାରୀ କରିଛନ୍ତି ରାଜ୍ୟ ସରକାର ।
ନଗର ଉନ୍ନୟନ ସଚିବ ଜି ମାଥିଭାତନନ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦ ଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପତ୍ର ଲେଖି ଆହାର କେନ୍ଦ୍ରର ସେବାକୁ କିଭଳି ନିୟନ୍ତ୍ରିତ କରା ଯିବ ସେ ନେଇ ନିର୍ଦେଶନାମା ଜାରୀ କରିଛନ୍ତି ।
ଏହି ପତ୍ରରେ କୁହା ଯାଇଛି ଯେ ଲୋକ ମାନେ ଧାଡିରେ ଆହାର ଗ୍ରହଣ କରିବେ । ଧାଡିରେ ଦୁଇ ଲୋକ ମାନଙ୍କ ମଧ୍ୟରେ ଅତି କମରେ ଦେଢ ମିଟର ଦୂରତା ରହିବା ଆବଶ୍ୟକ । ଏହାକୁ ତଦାରଖ କରିବାକୁ ଆହାର କେନ୍ଦ୍ର ଗୁଡିକରେ ପୋଲିସ କର୍ମଚାରୀ ବା ହୋମଗାର୍ଡଙ୍କୁ ମୁତୟନ କରା ଯିବ ।
ଲୋକ ମାନେ ଆହାର କେନ୍ଦ୍ର ଗୁଡିକୁ ପ୍ରବେଶ କରିବା ପୂର୍ବରୁ ହାତ ଧୋଇବା ସହ ସେମାନଙ୍କ ଲାଗି ସାବୁନ ବା ହ୍ୟାଣ୍ଡ ବାସର ବ୍ୟବସ୍ଥା କରାଯିବାକୁ ଏଥିରେ ଉଲ୍ଲେଖ ରହିଛି । ସେହିପରି ଆହାର କେନ୍ଦ୍ର ବାହାରେ ଖାଇବାକୁ ଉତ୍ସାହିତ କରା ଯିବ । କେବଳ ସେତିକି ନୁହେଁ ବାହାରେ ଡ ଷ୍ଟବିନ ରଖିବାକୁ ମଧ୍ୟ କୁହା ଯିବ ।