-
– ନିକଟରେ ଆମେରିକା ଗସ୍ତରୁ ଫେରିଥିଲେ
ଭୁବନେଶ୍ୱର – ନିକଟରେ ବିଦେଶରୁ ଫେରିଥିବା ପୁରୀ ଗଜପତି ଦିବ୍ୟସିଂହ ଦେବ ସପରିବାରେ ଭୁବନେଶ୍ୱର ସ୍ଥିତ ଘରେ ହୋମ୍ କ୍ୱାରେଂଟାଇନ୍ ରେ ରହିଛନ୍ତି । ଗତ ୧୫ ତାରିଖରେ ଆମେରିକା ଗସ୍ତରୁ ଫେରିବା ପରେ ଗଜପତି ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କ ଦ୍ୱାରା ଜାରୀ ହୋଇଥିବା ୱେବସାଇଟ୍ ରେ ଅନଲାଇନ୍ ରେ ରେଜିଷ୍ଟ୍ରେସନ୍ କରିଥିଲେ । ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଗଜପତି ହୋମ୍ କ୍ୱାରେଂଟାଇନ୍ ରେ ରହିବେ ବୋଲି ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଗଜପତି ଜନସାଧାରଣଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ କେହି ବ୍ୟକ୍ତି ବିଦେଶ ଗସ୍ତ ଶେଷ କରି ଚଳିତ ମାର୍ଚ୍ଚ ମାସ ୪ ପରେ ଓଡିଶା ଫେରିଛନ୍ତି ସେମାନେ ତୁରନ୍ତ ସରକାରଙ୍କ ୱେବସାଇଟ୍ ରେ ରେଜିଷ୍ଟ୍ରେସନ୍ କରନ୍ତୁ । ଏହାସହ ବିଦେଶରୁ ଫେରିଥିବା ବ୍ୟକ୍ତି ଅନ୍ୟୁନ ୧୪ ଦିନ ପର୍ଯ୍ୟନ୍ତ ଘରେ ଆଇସୋଲେସନ୍ ରେ ରୁହନ୍ତୁ ବୋଲି ଗଜପତି ପରାମର୍ଶ ଦେଇଛନ୍ତି ।