ରାଉରକେଲା– ୮ଲକ୍ଷ ଟଙ୍କା ବିଜୁଳି ବିଲ୍ ବାକିଥିବାରୁ ଆଜି ବିଭାଗ ପକ୍ଷରୁ ପାନପୋଷ ହକି ହଷ୍ଟେଲର ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରାଯାଇଛି । ଫଳରେ ବର୍ତମାନର ଗରମ ଓ ଗୁଳୁଗୁଳିରେ ହଷ୍ଟେଲରେଥିବା ଶହ ଶହ ପିଲା ନାନା ସମସ୍ୟାର ସମ୍ମୁଖିନ ହୋଇଛନ୍ତି ।
ଖବରରୁ ଜଣାପଡିଛି ଯେ, ଏହି ହଷ୍ଟେଲର ବିଗତ ୬ ମାସ ଧରି ୯ ଲକ୍ଷରୁ ଅଧିକ ଟଙ୍କା ବିଜୁଳି ବିଲ୍ ବାକି ଥିଲା । ଫେବୃଆରୀ ମାସରେ ଏକ ନୋଟିସ ହେବାରୁ ମାତ୍ର ଏକ ଲକ୍ଷ ଟଙ୍କା ପଇଠ କରାଯାଇଥିଲା । ହେଲେ ତାପରେ ସମସ୍ତେ ଚୁପ୍ ହୋଇ ବସିଯାଇଥିଲେ । ବିଜୁଳି ବିଭାଗର ନିୟମ ଅନୁଯାଇ ମାର୍ଚ୍ଚ ମାସରେ ବକେୟା ବିଲ୍ ପଇଠ ନକଲେ ବିଦ୍ୟୁତ କାଟି ଦିଆଜିବ ବୋଲି ବାରମ୍ବାର ଗ୍ରାହକ ମାନଙ୍କୁ ସଚେତନ କରାଯିବା ସହ ଡାକ ବାଜି ଯନ୍ତ୍ରରେ ପ୍ରଚାର ମଧ୍ୟ କରାଯାଉଛି । ହେଲେ ଏତେ ବଡ ନାମଥିବା ଏହି ହଷ୍ଟେଲ ପରିଚାଳକଙ୍କୁ ଏହା ଶୁଭିଲାନି । ଫଳରେ ଆଜି ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗକୁ କାଟି ଦିଆଯାଇଛି ।
ଏନେଇ ପରିଚାଳକ ତଥା କୋଚ୍ ଶ୍ରୀ ବିହାରୀଙ୍କୁ ପଚରାଜିବାରୁ ସେ କହିଛନ୍ତି ସେମାନେ ସବୁବେଳେ ଆଗୁଆ ବିଲ୍ ଦେଇଥାନ୍ତି । କଣ ସମସ୍ୟା ହୋଇଛି ସେ ବୁଝୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ସେପଟେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଯିିଏ କି ଏହି ଦାୟିତ୍ୱରେ ରହିଛନ୍ତି ତାଙ୍କୁ ପଚରାଜିବାରେ ସେ କହିଲେ ବର୍ତମାନ ହଷ୍ଟେଲରୁ କିଛି ଲୋକ ଆସିଥିଲେ, କିନ୍ତୁ ଏନେଇ ସେମାନେ କିଛି କହିନାହାନ୍ତି, କଣ ହୋଇଛି ସେ ବୁଝିବେ ବୋଲି କହିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଆଦିବାସୀ ଅଧ୍ୟୁସିତ ଏହି ଜିଲ୍ଲାର ସଂପୃକ୍ତ ଅନୁଷ୍ଠାନକୁ ହକିର ଏନ୍ତୁଡିଶାଳ ବୋଲି କୁହାଯାଉଥିବା ବେଳେ ଏଥି ଲାଗି ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରୁଛନ୍ତି ।ଏଠାରେ ଥିବା ଖେଳାଳି ମାନେ ମଧ୍ୟ ଦେଶ ବିଦେଶରେ ନାଁ କରୁଛନ୍ତି । ହେଲେ ଦୀପ ତଳ ଅନ୍ଧାର ଭଳି ଏଠି ବିଜୁଳି ବିଲ୍ ୮ଲକ୍ଷ ଯାଏ ବାକି ରହୁଛି । ଯାହାକି ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।