ମାଲକାନଗିରି– କିଛି ଦିନର ନିରବତା ପରେ ପୁଣି ବିଛିନ୍ନାଞ୍ଚଳରେ ହୋଇଛି ପ୍ରଜାମେଳି। ପଣସପୁଟ ଗ୍ରାମପଞ୍ଚାୟତର ଗୋରାସେତୁ ଠାରେ ୬ଟି ପଞ୍ଚାୟତ ଯୋଡାମ୍ବ, ଯନ୍ତ୍ରୀ, ଅଣ୍ଡରାପାଲି, ପଣସପୁଟ, ଗାଜଲମାମୁଡ଼ି ଓ ନାକମାମୁଡ଼ିର ଶହ ଶହ ଆଦିବାସୀ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକଜୁଟ ହୋଇଥିଲେ । ଯୋଡ଼ାମ୍ବ ପଞ୍ଚାୟତ ଦାରଲାବେଡ଼ା ଖଜୁରୀଗୁଡ଼ା ଛକ ସମ୍ମୁଖରେ ନୂତନ କରି ପ୍ରତିଷ୍ଠା ହୋଇଥିବା ବିଏସଏଫ କ୍ୟାମ୍ପ ଉଠାଯାଉ ବୋଲି ଦୃଢ଼ ଦାବି କରିଥିଲେ । ନୂତନ କ୍ୟାମ୍ପ ପ୍ରତିଷ୍ଠା ପରେ ଯବାନ ମାନେ ସେମିଳିପଦରର ରାଜୁ ଖିଲ ଓ ତାର ଚାରି ଜଣ ସାଥୀଙ୍କୁ ମିଶାଇ ଏହି ପାଞ୍ଚ ଜଣଙ୍କୁ ନକ୍ସଲ ଓ ତାଙ୍କ ସମର୍ଥକ କହି ଘରୁ ଉଠାଇ ନେଇଛନ୍ତି । ସେମାନେ ନିରୀହ ସରଳ ଆଦିବାସୀ । ଏହି ପ୍ରଜାମେଳିରେ ଏହି ଛଅଟି ପଞ୍ଚାୟତର ଆଦିବାସୀଙ୍କ ତିନୋଟି ପ୍ରମୁଖ ଦାବୀ ଥିଲା । ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଗୋଟିଏ ମେଡିକାଲ କରାଯାଉ ଓ ତା ସହିତ ଅଙ୍ଗନବାଡି, ମା ଗୃହ ଓ ଏଏନଏମ ସେଣ୍ଟର ଖୋଲାଯାଉ। କିନ୍ତୁ ଆଦିବାସୀଙ୍କ ମୁଖ୍ୟ ଦାବୀ ଥିଲା ରାଜୁ ଓ ସାଥୀଙ୍କୁ ଖଲାସ କରାଯାଉ ଓ ନିରୀହ ଆଦିବାସୀ ମାନଙ୍କୁ ବିନା କାରଣରେ ଗିରଫ କରା ନଯାଉ । ନହେଲେ ଆଗାମୀ ଦିନରେ ଏଭଳି ରାଲି ଓ ମେଳି ମାଧ୍ୟମରେ ଆନ୍ଦୋଳନ ଆରମ୍ଭ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି ।
Related Stories
November 24, 2024
November 24, 2024