ଭଞ୍ଜନଗର – ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ କରୋନା ଭୁତାଣୁ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ୧୬ ତାରିଖ ଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସହରରେ ଥିବା ଇଶ୍ୱର ସପିଙ୍ଗ ମାର୍ଟ,ବିଭିନ୍ନ ଲୁଗା ଦୋକାନ, ସୁନା ଦୋକାନ, ରଙ୍ଗ ଦୋକାନ, ଇଲେକ୍ଟ୍ରି ଦୋକାନ, ଗୁପ ଚୁପ, ଚାଟ ଦୋକାନ, ଫାଷ୍ଟ ଫୁଡ଼ ଦୋକାନ ସମେତ ଅନ୍ୟ କେତେକ ଦୋକାନ କୁ ବନ୍ଦ କରାଯାଇଛି। ଏନ ଏ ସି ତରଫରୁ ସତର୍କତା ଅବଲମ୍ବନ ପାଇଁ ସାନିଟାଇଜର ଓ ସାବୁନ ରେ ହାତ ଧୋଇବା ଏବଂ ମୁଁହରେ ମାସ୍କ,ରୁମାଲ ଓ ଚାଦର ବ୍ୟବହାର କରିବା ପାଇଁ ପ୍ରଚାର କରାଯାଇଛି। ଥଣ୍ଡା, କାଶ ଓ ଛିଙ୍କୁ ଥିବା ଲୋକଙ୍କୁ ମେଡିକାଲ ରେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଓ ସହାୟତା ପାଇଁ ହେଲ୍ପ ଲାଇନ ନଂ ୦୬୮୨୧-୨୪୦୦୯୯ କାର୍ଯ୍ୟକାରୀ କରାଯାଇଛି।ତେଣୁ ସମସ୍ତ ଜନ ସାଧାରଣ ସଚେତନ ହୋଇ ପରିସ୍ଥିତି କୁ ସାମ୍ନା କରିବା ପାଇଁ ବିଭିନ୍ନ ସାମୁହିକ କାର୍ଯ୍ୟ ରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଏସ ଡି ପି ଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇ ଆଇ ସି ସୁଦୀପ୍ତ କୁମାର ସାହୁ ଓ ଏନ ଏ ସି କର୍ମଚାରୀ ଙ୍କ ଉପସ୍ଥିତିରେ ଆଜି ଅପରାହ୍ନରେ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି।ଲୋକମାନେ ଆବଶ୍ୟକତା ଠାରୁ ଅଧିକ ଜିନିଷ କିଣି ଘରେ ଗଛିତ ରଖିବାକୁ କେତେକ ଦୋକାନରେ ଭିଡ଼ ଜମେଇ ଥିବା ଦେଖିବାକୁ ମିଳିଛି।
Related Stories
November 24, 2024
November 24, 2024