ବ୍ରହ୍ମପୁର : କରୋନା ଭାଇରସ୍ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୧୪୪ଧାରା ଜାରି କରାଯାଇଛି । ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଜନସାଧାରଣ ଯିବା ପାଇଁ ବାରଣ କରାଯାଇଛି । ଏପରିସ୍ଥଳେ ଜିଲ୍ଲାରେ ଥିବା ସପିଂମଲ୍, ଲୁଗା ଦୋକାନ, ସୁନା ଦୋକାନ, ମୋବାଇଲ୍ ସପ୍ ଆଦି ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦକରି ଦିଆଯାଇଥିବା ବେଳେ ଅତ୍ୟାଧୁନିକ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟିକ ଅନୁଷ୍ଠାନମାନେ ବ୍ୟବସାୟ କରିବାରେ କୌଣସି ପ୍ରତିବନ୍ଧକ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାଯାଇନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ବିଶେଷକରି କିରାଣୀ ଦୋକାନ, ପରିବା ବଜାର ଓ ଔଷଧ ଦୋକାନଗୁଡିକ ଖୋଲାରହିବ । ଲୋକଙ୍କ ଆବଶ୍ୟକତାକୁ ଦେଖି ସେଠାରେ ପର୍ଯ୍ୟାପ୍ତ ପରିମାଣରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁତ ରଖାଯିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି । ତେଣୁ ଜନସାଧାରଣ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯିବା ସହ ନିଜେ କରୋନା ଭାଇରସ୍ରୁ ମୁକ୍ତି ପାଇଁ ନିଜେ ସତର୍କ ହୁଅନ୍ତୁ ଓ ଅନ୍ୟକୁ ସତର୍କ କରାନ୍ତୁ ବୋଲି ଜନସାଧାରଣଙ୍କୁ ଶ୍ରୀ କୁଲାଙ୍ଗେ ନିବେଦନ କରିଛନ୍ତି ।
Related Stories
August 25, 2025
August 25, 2025
August 25, 2025